Masthead

ଅଫିସରଙ୍କ ନେତା ଅବତାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨ ପାୱାରଫୁଲ ବ୍ୟୁରୋକ୍ରାଟ୍ । ରାଜ୍ୟ ପ୍ରଶାସନର ଦିନେ ଥିଲେ ଟପ୍ ଅଫିସର । ପାୱାରକରିଡରର ପାୱାରଫୁଲ ଚେହେରା । ଏବେ ହୋଇଛନ୍ତି ଆମନାସାମନା । ଭୁବନେଶ୍ୱର କ୍ଲବ୍ ସଭାପତି ପଦ ପାଇଁ ମୁହାଁମୁହିଁ ୨ ପୂର୍ବତନ ଚିଫ୍ ସେକ୍ରଟେରୀ । ବିଜୟ ପଟ୍ଟନାୟକ ବନାମ ଅସିତ ତ୍ରିପାଠୀ । ଏକଦା ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ବିଶ୍ୱସ୍ଥ ଥିଲେ ବିଜୟ । କୁହାଯାଏ ୨୦୧୪ରେ ନବୀନଙ୍କ ବିଜୟ ପଛରେ କୁଆଡ଼େ ବିଜୟଙ୍କ ବଡ଼ ଭୂମିକା ଥିଲା । ଖାଲି ସେତିକି ନୁହେଁ ଅନେକ କ୍ରାଇସିସ୍ ବେଳେ ସେ ମୁଖ୍ୟମନ୍ତ୍ରଙ୍କୁ ପରାମର୍ଶ ମଧ୍ୟ ଦେଉଥିଲେ । ଏବେ କ୍ଲବର ବିଭିନ୍ନ ପରିବର୍ତ୍ତନକୁ ଆଧାର କରି ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ଭୋଟ ହତେଇବା ପାଇଁ ନିଜ ସମର୍ଥକଙ୍କ ସହ ତୁହାକୁ ତୁହା ବୈଠକ କରୁଛନ୍ତି । ଫେସବୁକ ହ୍ୱାଟ୍ସଆପ୍ ମାଧ୍ୟମରେ ଭୋଟ ଦେବା ପାଇଁ ନିବେଦନ ମଧ୍ୟ କରୁଛନ୍ତି ।

ଅନ୍ୟପଟେ ବିଜୟଙ୍କୁ ଟକ୍କର ଦେବା ପାଇଁ ପୂର୍ବତ୍ତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ମଧ୍ୟ ପୁରା ତୟାର । ସେ ସଭାପତି ହେଲେ କ୍ଲବର ରୁପାନ୍ତର ପାଇଁ ସେ ଓ ତାଙ୍କ ଟିମ କାମ କରିବେ ବୋଲି କହିଛନ୍ତି । କ୍ଲବର ଉନ୍ନତି କରିବା ସହ ନୂତନ କ୍ଲବ ପାଇଁ ଆଗୁଆ ପଦକ୍ଷେପ ନେବେ ବୋଲି ସଦସ୍ୟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଅସିତ୍ ।

ଦୀର୍ଘ ଦୁଇ ଦଶନ୍ଧି ପରେ ଏହି ହାଇପ୍ରୋଫାଇଲ କ୍ଲବର ନିର୍ବାଚନ ହେବାକୁ ଯାଉଛି । ଦୀର୍ଘ ଦୁଇ ଦସନ୍ଧି ଧରି ସଭାପତି ପଦକୁ ନିଜ କବଜାରେ ରଖିଥିଲେ ପୁର୍ବତନ ଆଇଏସ ପ୍ରିୟବ୍ରତ ପଟ୍ଟନାୟକ । କିନ୍ତୁ ତାଙ୍କ ଦେହାନ୍ତ ପରେ ଏହି ପଦବି ଖାଲି ପଡ଼ିଥିଲା । ଏହାପରେ କରୋନା କଟକଣା ପାଇଁ ଆଉ ନିର୍ବାଚନ ହୋଇ ପାରିନଥିଲା । ଏବେ ନିର୍ବାଚନ ପାଇଁ ବିଜ୍ଞପ୍ତି ବାହାରିଛି । ଖାଲି ସଭାପତି ନୁହେଁ ଅନ୍ୟ ପଦବୀ ପାଇଁ ମଧ୍ୟ କଡ଼ା ଟକ୍କର ହେଉଛି । ଜିତିବା ପାଇଁ ପ୍ରାର୍ଥୀମାନେ କ୍ୟାମ୍ପେନକୁ ଜୋରଦାର କରିଛନ୍ତି । ସଂପାଦକ ରେସରେ ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ ଦେବଙ୍କ ସହ ମୋଟ ୬ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିଭଳି ଉପସଭାପତି ପଦ ପାଇଁ ପାଞ୍ଚ ଜଣ, ଯୁଗ୍ମ ସଂପାଦକ ପଦ ପାଇଁ ୩ଜଣ ଓ କମିଟି ସଦସ୍ୟ ପଦ ପାଇଁ ୨୨ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ କିଏ ଏହି ନିର୍ବାଚନରେ ବାଜିମାତ କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା