Masthead

ରାଜା ମୃତ୍ୟୁ ଅବହେଳା ପାଇଁ ଆକ୍ସନ କାହିଁ ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜା ମୃତ୍ୟୁ ପାଇଁ ଦାୟୀ କିଏ? ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ। ଯିଏ ଦାୟୀ, ତାଙ୍କ ବିରୋଧରେ କାହିଁକି ହେବ ନାହିଁ ଆକ୍ସନ? କାହିଁକି ତାଙ୍କ ବିରୋଧରେ ନିଆଯିବ ନାହିଁ କାର୍ଯ୍ୟାନୁଷ୍ଠାନ । ଘଟଣା ଘଟିବାର ତିନି ଦିନ ବିତିଲା । ହେଲେ କାର୍ଯ୍ୟାନୁଷ୍ଠାନ ଶୂନ । ପୋଲିସ କାହିଁକି ଚୁପ । ସରକାରଙ୍କ ପକ୍ଷରୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି । ଯାହାର ଉତ୍ତର କେବଳ ରାଜ୍ୟ ସରକାର ଏବଂ ପୋଲିସ ପାଖରେ ।

ରାଜଧାନୀର ମୁକୁଳା ଡ୍ରେନରେ ପଡି ଜ୍ୟୋତିପ୍ରକାଶ ଓରଫ ରାଜାର ଜୀବନ ଗଲା । ପରିବାର ଲୋକଙ୍କ ଅଭିଯୋଗ । ବିଏମସି ଯଦି ମୁକୁଳା ଡ୍ରେନରେ ସ୍ଲାବ୍ର ବ୍ୟବସ୍ଥା କରି ଥାଆନ୍ତା । ତେବେ ରାଜାର ଜୀବନ ବଞ୍ଚି ଯାଇଥାନ୍ତା । ଏଥିପାଇଁ ବିଏମସି ଦାୟୀ । ବିଏମସି କମିଶନର ଦାୟୀ । ସେପଟେ ବିଜେପି ଏବଂ କଂଗ୍ରେସର ଅଭିଯୋଗ ଏହି ଘଟଣା ପାଇଁ ରାଜ୍ୟ ସରକାର ଦାୟୀ । ନଗର ଉନ୍ନୟନ ବିଭାଗର ମନ୍ତ୍ରୀ, ସଚିବ ଦାୟୀ । ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ପୂର୍ବତ୍ତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ ଜେନା ଦାୟୀ । ଏପରିକି ଭୁବନେଶ୍ୱର ସାଂସଦ ବି ଦାୟୀ । ସର୍ବପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଦାୟୀ । ଏହାକୁ ନେଇ କଂଗ୍ରେସ ଏବଂ ବିଜେପି ଥାନାରେ ଦାୟର କରିଛନ୍ତି ମାମଲା । ହେଲେ ଏଯାଏଁ ସରକାରୀ ଭାବେ ତଦନ୍ତ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ ।

ବିଏମସି ତଥା ନଗର ଉନ୍ନୟନ ବିଭାଗର ଅପରାଗ ପଣିଆ ଯୋଗୁ ଜଣେ କୋଳଳମତି ଶିଶୁ ଜୀବନ ଚାଲିଗଲା । ହେଲେ ସମସ୍ତେ ଚୁପ । ତା ଅର୍ଥ ଆମେ ବୁଝିବା କି ଏଥିପାଇଁ କେହି ଦାୟୀ ନୁହନ୍ତି । ଶାସକ ଦଳର ନେତା ମନ୍ତ୍ରୀ, ବିଧାୟକ କେହି ଦୋଷି ନୁହନ୍ତି । ବିଏମସି କମିଶନର ଏବଂ ନଗର ଉନ୍ନୟନ ବିଭାଗର ସଚିବ ଭୁଲ କରି ନାହାନ୍ତି । ଏ ପ୍ରଶ୍ନ ବଡ଼ ଖବରର ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ