Masthead

ବ୍ରିଟେନ ଏବଂ କାନାଡାରେ କରୋନା ଟିକା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ଟିକା ପାଇଁ ବ୍ରିଟେନ ଏବଂ କାନାଡାରେ ଅପେକ୍ଷାର ଅନ୍ତ ଘଟିଛି । ଭାରତରେ ମଧ୍ୟ ଖୁବ ଶୀଘ୍ର ଏହି ଟୀକା ଆସିବ ବୋଲି ବିଶ୍ୱାସ କରାଯାଉଛି । ତେବେ ଏହା ଲୋକମାନଙ୍କର ଶରୀର ଉପରେ କିଭଳି ପ୍ରଭାବ ପକାଇବ ତାହା ଜାଣିବା ବାକି ରହିଲା । ଏଥିପାଇଁ ଲୋକମାନଙ୍କ ମନରେ ପ୍ରଶ୍ନ ଉଠୁଛି । ବୈଜ୍ଞାନିକଙ୍କ କହିବାନୁଯାୟୀ ଜଣେ ନିଜର ରକ୍ତ ପରୀକ୍ଷା କରିବା ପରେ ଏହାର ପ୍ରଭାବ ଜାଣିପାରିବ ।

ହାୱାର୍ଡ଼ ଏବଂ ଏମଆଇଟି ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଏହି ଟୀକାର ପ୍ରୟୋଗ ପ୍ରଥମେ ମାଙ୍କଡ ଉପରେ କରିଥିଲେ । ପରେ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । କରୋନା ଭାଇରସ୍ ସହ ତାଙ୍କ ଶରୀର ଲଢିପାରିବ କି ନାହିଁ ସେଥିପାଇଁ ଇମ୍ୟୁନିଟି ସିଷ୍ଟମ ଯାଂଚ କରାଯାଇଥିଲା । ଶେଷରେ ପରୀକ୍ଷା ସଫଳ ହୋଇଥିଲା ।ଠିକ ଏହିପରି ଭାବେ ମଣିଷ ମାନଙ୍କ ଉପରେ ମଧ୍ୟ ଏହିି ଟୀକା ପ୍ରୟୋଗ କରାଯିବ । ସେମାନଙ୍କ ଇମ୍ୟୁନିଟି ସିଷ୍ଟମ ଯାଂଚ କରାଯିବ । ବୋଷ୍ଟନ୍ ୟୁନିଭରସିଟିର ଟିକା ବିଶେଷଜ୍ଞ ଡକ୍ଟର ଡାନ୍ ବାରୁଚ୍ ମାଙ୍କଡ ଉପରେ ପରୀକ୍ଷା କରି ବଡ଼ ସଫଳତା ପାଇଛନ୍ତି ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ