Masthead

ଛୁଆକୁ ବନ୍ଧକ ରଖିଲା ବାପା

ବିନିକା(ବଡ଼ ଖବର ବ୍ୟୁରୋ): ଦୁଇ ବର୍ଷର ଶିଶୁକୁ ବନ୍ଧକ ରଖିଲା ବାପା । ସୋନପୁର ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ସହାୟତାରେ ମାଆ କୋଳକୁ ଫେରିଲା ଶିଶୁ। ଏଭଳି ଦୃଶ୍ୟ ଦେଖବାକୁ ମିଳିଛି ସୁବର୍ଣପୁର ଜିଲ୍ଲା ବିନିକା ବ୍ଲକ ବାଙ୍କୀଘିର୍ଡି ପଞ୍ଚାୟତ ସାରଙ୍ଗପାଲି ଗ୍ରାମରେ । ସ୍ୱାମୀ କୀର୍ତ୍ତନ ସନ୍ୟାସୀ ସ୍ତ୍ରୀ ଲକ୍ଷ୍ମୀପ୍ରିୟାକୁ ମାଡ଼ମାରି ତାର ୨ବର୍ଷର ଶିଶୁକୁ ଲୁଚେଇ ରଖିଥିଲା । ସ୍ତ୍ରୀ ଥାନାର ଦ୍ୱାରସ୍ତ ହେବା ପରେ ତାର ଶିଶୁକୁ ଫେରି ପାଇଛି ।

ସୂଚନା ଅନୁସାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଲକ୍ଷ୍ମୀଙ୍କ ଘରଲୋକ ତାଙ୍କୁ ଘରକୁ ନେଇଆସିଥିଲେ କିନ୍ତୁ ୨ ବର୍ଷର ଶିଶୁ ପୁତ୍ରକୁ କୀର୍ତ୍ତନ ଲୁଚାଇ ଦେବାରୁ ତାଙ୍କୁ ଆଣିନଥିଲେ । ଯାହାକୁ ନେଇ ଲକ୍ଷ୍ମୀ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ କୀର୍ତ୍ତନ ଠାରୁ ଶିଶୁକୁ ଆଣିବା ପାଇଁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲା । ପରେ ଲକ୍ଷ୍ମୀଙ୍କ ବାପଘରର ଲୋକେ ସୋନପୁର ବସ୍ତିବାସିନ୍ଦା ସୁରକ୍ଷା ମଞ୍ଚର ସଦସ୍ୟା ମାନଙ୍କୁ ଏହି ଘଟଣା ସମ୍ପର୍କରେ ଖବର ଦେଇଥିଲେ । ସୁରକ୍ଷା ମଞ୍ଚର ସଭାପତି ଶ୍ରୀମତୀ ଜ୍ୟୋତିର୍ମୟୀ ରଥ ଏବଂ ଅନ୍ୟାନ୍ୟ ସଦସ୍ୟା ବିନିକା ଥାନାକୁ ଆସି ପୁଲିସ ଷ୍ଟାପ ସହ ଶିଶୁକୁ ଉଦ୍ଧାର କରିଥିଲେ । ପରେ ଶିଶୁକୁ ବିନିକା ଥାନାକୁ ଆଣିବା ପରେ ତାର ମାକୁ ଶିଶୁକୁ ହସ୍ତାନ୍ତର କରାଯାଇ କୀର୍ତ୍ତନକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା