Masthead

ଛୁଆକୁ ବନ୍ଧକ ରଖିଲା ବାପା

ବିନିକା(ବଡ଼ ଖବର ବ୍ୟୁରୋ): ଦୁଇ ବର୍ଷର ଶିଶୁକୁ ବନ୍ଧକ ରଖିଲା ବାପା । ସୋନପୁର ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ସହାୟତାରେ ମାଆ କୋଳକୁ ଫେରିଲା ଶିଶୁ। ଏଭଳି ଦୃଶ୍ୟ ଦେଖବାକୁ ମିଳିଛି ସୁବର୍ଣପୁର ଜିଲ୍ଲା ବିନିକା ବ୍ଲକ ବାଙ୍କୀଘିର୍ଡି ପଞ୍ଚାୟତ ସାରଙ୍ଗପାଲି ଗ୍ରାମରେ । ସ୍ୱାମୀ କୀର୍ତ୍ତନ ସନ୍ୟାସୀ ସ୍ତ୍ରୀ ଲକ୍ଷ୍ମୀପ୍ରିୟାକୁ ମାଡ଼ମାରି ତାର ୨ବର୍ଷର ଶିଶୁକୁ ଲୁଚେଇ ରଖିଥିଲା । ସ୍ତ୍ରୀ ଥାନାର ଦ୍ୱାରସ୍ତ ହେବା ପରେ ତାର ଶିଶୁକୁ ଫେରି ପାଇଛି ।

ସୂଚନା ଅନୁସାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଲକ୍ଷ୍ମୀଙ୍କ ଘରଲୋକ ତାଙ୍କୁ ଘରକୁ ନେଇଆସିଥିଲେ କିନ୍ତୁ ୨ ବର୍ଷର ଶିଶୁ ପୁତ୍ରକୁ କୀର୍ତ୍ତନ ଲୁଚାଇ ଦେବାରୁ ତାଙ୍କୁ ଆଣିନଥିଲେ । ଯାହାକୁ ନେଇ ଲକ୍ଷ୍ମୀ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ କୀର୍ତ୍ତନ ଠାରୁ ଶିଶୁକୁ ଆଣିବା ପାଇଁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲା । ପରେ ଲକ୍ଷ୍ମୀଙ୍କ ବାପଘରର ଲୋକେ ସୋନପୁର ବସ୍ତିବାସିନ୍ଦା ସୁରକ୍ଷା ମଞ୍ଚର ସଦସ୍ୟା ମାନଙ୍କୁ ଏହି ଘଟଣା ସମ୍ପର୍କରେ ଖବର ଦେଇଥିଲେ । ସୁରକ୍ଷା ମଞ୍ଚର ସଭାପତି ଶ୍ରୀମତୀ ଜ୍ୟୋତିର୍ମୟୀ ରଥ ଏବଂ ଅନ୍ୟାନ୍ୟ ସଦସ୍ୟା ବିନିକା ଥାନାକୁ ଆସି ପୁଲିସ ଷ୍ଟାପ ସହ ଶିଶୁକୁ ଉଦ୍ଧାର କରିଥିଲେ । ପରେ ଶିଶୁକୁ ବିନିକା ଥାନାକୁ ଆଣିବା ପରେ ତାର ମାକୁ ଶିଶୁକୁ ହସ୍ତାନ୍ତର କରାଯାଇ କୀର୍ତ୍ତନକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼