Masthead

କୁଆଡ଼େ ଗଲେ ବିଭାଗୀୟ ଯନ୍ତ୍ରୀ?

ଏରସମା (ବଡ଼ ଖବର ବ୍ୟୁରୋ): ବିଭାଗୀୟ ଯନ୍ତ୍ରୀଙ୍କ ମିଳୁନି ଦେଖା । ହଂଶୁଆ ଘାଇ ବନ୍ଧେଇବାକୁ ସ୍ଥାନୀୟ ଲୋକେ ନୟାନ୍ତ । ହଂସୁଆ ନଦୀରେ ଘାଇ ହେବା ଫଳରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଦଶଟି ଗାଁରେ ବନ୍ୟା ପରିସ୍ଥିତି। ଗାଁ ଦାଣ୍ଡରେ ପାଣି ଲହଡି ମାରୁଥିବା ବେଳେ ପାଖାପାଖି ଦଶଟି ଗାଁର ଲୋକେ ଜଳବନ୍ଦୀ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସୋମପୁର ପଞ୍ଚାୟତ ଅଣଖିଆ ଗ୍ରାମ ନିକଟ ହଂସୁଆ ନଦୀ ବନ୍ଧରେ ୪୦ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଏରସମା ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଛି ଏବଂ ବିଭ୍ନିନ୍ନ ଗ୍ରାମରେ ପାଣି ପସି ଅନେକ କଚ୍ଚା ଘର ଭାଙ୍ଗି ଯାଇଛି।

ତିର୍ତ୍ତୋଲ ବ୍ଲକ ତୁଳଙ୍ଗ ପଞ୍ଚାୟତ ପୋଇଓ ଠାରୁ ସୋମପୁର ପର୍ଯ୍ୟନ୍ତ ହଂସୁଆ ନଦୀବନ୍ଧ ମରାମତି ନାଆଁରେ ଲକ୍ଷାଧିକ ଟଙ୍କା ଚଳୁ କରାଯାଉଥିବା ବେଳେ ଲୋକମାନେ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଘାଇ ବନ୍ଧାଇବା ପାଇଁ ସ୍ଥାନୀୟ ଲୋକମାନେ ବାରମ୍ବାର ଚେଷ୍ଟା କରି ନୟାନ୍ତ ହେବା ଦେଖିବାକୁ ମିଳିଛି। ହଂସୁଆ ନଦୀ ବନ୍ଧର ମରାମତି କରିବା ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅବହେଳା ଯୋଗୁଁ ଘାଇଭାଙ୍ଗିଲା ବୋଲି ଅଭିଯୋଗ ହୋଇଛି। ତୁରନ୍ତ ପ୍ରଶାସନ ବିପ୍ପନ ମାନଙ୍କୁ ସହଯୋଗର ହାତ ବଢାଇ ସ୍ଥାୟୀ ସମାଧାନ କରିବାର ଜରୁରୀ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ