Masthead

ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ନାଁରେ ମାମଲା

ବାରିପଦା (ବଡ଼ ଖବର ବ୍ୟୁରୋ): ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ନାମରେ ମାମଲା । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିଛି ଭଞ୍ଜପୁର ପୋଲିସ। କାର୍ଯ୍ୟରେ ଅବହେଳା, ସରକାରୀ ଅର୍ଥର ଅପବ୍ୟବହାର ଓ ସୂଚନା ଅଧିକାର ଆଇନ ଆବେଦନକାରୀଙ୍କୁ ତଥ୍ୟ ନଦେବା ଭଳି ଘଟଣାରେ ମାମଲା ରୁଜୁ କରାଯାଇଛି । ଘଟନାର ତଦନ୍ତ ଚାଲିଥିବା କହିଛନ୍ତି ଆଇଆଇସି ବୀରେନ୍ଦ୍ର କୁମାର ସେନାପତି । ବାରିପଦା ସଦର ଥାନା ଅଧୀନ କରଞ୍ଚିଆ ଗ୍ରାମର ଆଇନଜୀବୀ କମଲ କୁମାର ମହାନ୍ତି ଅଭିଯୋଗ କରିଥିଲେ । ମୋରଡା ବ୍ଲକ ଅଧିନ ଚିତ୍ରଡା ବାଳିକା ଉଚ୍ଚବିଦ୍ୟାଳୟର ତିନିଜଣ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ ଓ ପରେ ଦରମା ପ୍ରଦାନ ସମ୍ପର୍କିତ ତଥ୍ୟ ପାଇଁ ଜିଲ୍ଲା ଶିଷା ଅଧିକାରୀଙ୍କ କାର୍ୟ୍ୟାଳୟକୁ ଯାଇଥିଲେ। ସୂଚନା ଅଧିକାରୀ ଭାବେ ନିତ୍ୟାନନ୍ଦ ତାଙ୍କୁ ତଥ୍ୟ ନଦେଇ ପାଲଟା ଦୁର୍ବ୍ୟବହାର କରିଥଲେ । ଏବଂ ମୋରଡା ବ୍ଲକ ଶିକ୍ଷାଧôକାରୀଙ୍କ କାର୍ଯ୍ୟାଳୟରେ ପୂର୍ବ ତଥ୍ୟ ବଦଳାଇବାକୁ ଅପଚେଷ୍ଟା କରିଥôବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଆଇନଜୀବୀ ଥାନାର ଆଶ୍ରୟ ନେଇଥିଲେ । ପୋଲିସ ତାଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ