Masthead

ପିଲାଙ୍କ କଳି ସମାଧାନ କରୁଛି କଙ୍ଗାରୁକୋର୍ଟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଏହା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ଖୋଦ ରାଜଧାନୀ ଛାତିରେ ଘଟିଛି ଏଭଳି ଘଟଣା । ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହେଉଛି ଫୈସଲା । ଏଭଳି ଏକ ଆଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ । ପିଲାଙ୍କ କଳି ସମାଧାନ କରିବା ପାଇଁ ବସିଥିଲା କଙ୍ଗାରୁ କୋର୍ଟ । ତେବେ ଏହି କଳିର ସମାଧାନରେ ମା ଓ ପୁଅ ରାସ୍ତାରେ ସମସ୍ତଙ୍କ ଆଗରେ ଆଣ୍ଠୁଆ ବସିଥାନ୍ତେ । ଖାଲି ଏତିକି ନୁହେଁ ଏହା ବାସ୍ତବରେ ମଧ୍ୟ ଘଟିଥିଲା । ପ୍ରଥମେ ଛୋଟ ପିଲାଙ୍କ ଖେଳା ଖେଳିରୁ କଳି ଆରମ୍ଭ ହୋଇଥିଲା । ପରେ ପିଲାଙ୍କ କଳି ବଢିବାରୁ ଲୋକଙ୍କ ମଧ୍ୟରେ ସାମନ୍ୟସ ବଚସା ହୋଇଥିଲା । ଏହା ପରେ ଉଭୟ ପରିବାର ମଧ୍ୟରେ ହିଂସା ବଢିଥିଲା । ଗାଳଗୁଲଜ ମଧ୍ୟ ହୋଇଥିଲା ।

ତେବେ ବସ୍ତିରେ ଏହି ଘଟଣା ଧିରେ ଧିରେ ତୀବ୍ର ହେବାରୁ ଗୋଟିଏ ମହିଳା ଗୋଷ୍ଠୀ ଏହାକୁ ସମାଧାନ କରିବା ପାଇଁ ଆଗେଇ ଆସିଥିଲେ । ଉଭୟ ପରିବାର ଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ନିଷ୍ପତି ନେଇଥିଲେ । ସେ ଗୋଟିଏ ପରିବାରର ମା’ ଓ ପୁଅକୁ ରାସ୍ତାରେ ସମସ୍ତଙ୍କ ଆଗରେ ଆଣ୍ଠୁଆ ବସିବା ପାଇଁ ନିର୍ଦ୍ଦେଷ ଦେଇଥିଲେ । ଖାଲି ଏତିକି ନୁହେଁ ସେମାନଙ୍କୁ ୫ ହଜାର ଟଙ୍କା ଜରିମାନା ମଧ୍ୟ ଦେବାକୁ କୁହାଯାଇଥିଲା । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲା । ପୋଲିସ କଙ୍ଗାରୁକୋର୍ଟ ଚଳାଇଥିବା ୩ ମହିଳାଙ୍କୁ ଗିରଫ କରିଛି । ହେଲେ ମହିଳାଙ୍କ ଗିରଫ କଥା ଶୁଣି ଉକ୍ତ ଗୋଷ୍ଠିର କିଛି ସଦସ୍ୟ ପୋଲିସ ଗାଡି ସମ୍ମୁଖକୁ ଆସି ବିରୋଧ କରିଥିଲେ । ପୋଲିସ ଗାଡିକୁ ଅଟକ ମଧ୍ୟ ରଖିଥିଲେ । ତେବେ ଯଦି ରାଜଧାନୀରେ ଏପରି ଘଟଣା ଘଟୁଛି ତେବେ ଅନ୍ୟାନ୍ୟ ଅଞ୍ଚଳ କଥା ଅନୁମେୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା