Masthead

ପିଲାଙ୍କ କଳି ସମାଧାନ କରୁଛି କଙ୍ଗାରୁକୋର୍ଟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଏହା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ଖୋଦ ରାଜଧାନୀ ଛାତିରେ ଘଟିଛି ଏଭଳି ଘଟଣା । ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହେଉଛି ଫୈସଲା । ଏଭଳି ଏକ ଆଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ । ପିଲାଙ୍କ କଳି ସମାଧାନ କରିବା ପାଇଁ ବସିଥିଲା କଙ୍ଗାରୁ କୋର୍ଟ । ତେବେ ଏହି କଳିର ସମାଧାନରେ ମା ଓ ପୁଅ ରାସ୍ତାରେ ସମସ୍ତଙ୍କ ଆଗରେ ଆଣ୍ଠୁଆ ବସିଥାନ୍ତେ । ଖାଲି ଏତିକି ନୁହେଁ ଏହା ବାସ୍ତବରେ ମଧ୍ୟ ଘଟିଥିଲା । ପ୍ରଥମେ ଛୋଟ ପିଲାଙ୍କ ଖେଳା ଖେଳିରୁ କଳି ଆରମ୍ଭ ହୋଇଥିଲା । ପରେ ପିଲାଙ୍କ କଳି ବଢିବାରୁ ଲୋକଙ୍କ ମଧ୍ୟରେ ସାମନ୍ୟସ ବଚସା ହୋଇଥିଲା । ଏହା ପରେ ଉଭୟ ପରିବାର ମଧ୍ୟରେ ହିଂସା ବଢିଥିଲା । ଗାଳଗୁଲଜ ମଧ୍ୟ ହୋଇଥିଲା ।

ତେବେ ବସ୍ତିରେ ଏହି ଘଟଣା ଧିରେ ଧିରେ ତୀବ୍ର ହେବାରୁ ଗୋଟିଏ ମହିଳା ଗୋଷ୍ଠୀ ଏହାକୁ ସମାଧାନ କରିବା ପାଇଁ ଆଗେଇ ଆସିଥିଲେ । ଉଭୟ ପରିବାର ଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ନିଷ୍ପତି ନେଇଥିଲେ । ସେ ଗୋଟିଏ ପରିବାରର ମା’ ଓ ପୁଅକୁ ରାସ୍ତାରେ ସମସ୍ତଙ୍କ ଆଗରେ ଆଣ୍ଠୁଆ ବସିବା ପାଇଁ ନିର୍ଦ୍ଦେଷ ଦେଇଥିଲେ । ଖାଲି ଏତିକି ନୁହେଁ ସେମାନଙ୍କୁ ୫ ହଜାର ଟଙ୍କା ଜରିମାନା ମଧ୍ୟ ଦେବାକୁ କୁହାଯାଇଥିଲା । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲା । ପୋଲିସ କଙ୍ଗାରୁକୋର୍ଟ ଚଳାଇଥିବା ୩ ମହିଳାଙ୍କୁ ଗିରଫ କରିଛି । ହେଲେ ମହିଳାଙ୍କ ଗିରଫ କଥା ଶୁଣି ଉକ୍ତ ଗୋଷ୍ଠିର କିଛି ସଦସ୍ୟ ପୋଲିସ ଗାଡି ସମ୍ମୁଖକୁ ଆସି ବିରୋଧ କରିଥିଲେ । ପୋଲିସ ଗାଡିକୁ ଅଟକ ମଧ୍ୟ ରଖିଥିଲେ । ତେବେ ଯଦି ରାଜଧାନୀରେ ଏପରି ଘଟଣା ଘଟୁଛି ତେବେ ଅନ୍ୟାନ୍ୟ ଅଞ୍ଚଳ କଥା ଅନୁମେୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି