Masthead

ପୁଣି ଛିଡ଼ା ହୋଇଛି କେଦାରନାଥ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିନାଶ ପରେ ପୁଣି ଛିଡ଼ା ହୋଇଛି କେଦାରନାଥ । ୨୦୧୩ ମସିହାରେ ହୋଇଥିବା ପ୍ରଳୟଙ୍କାରୀ ବାତ୍ୟାକୁ କିଏ ବା ଭୁଲିଛି । ମାତ୍ର କେଇ ସମୟ ଭିତରେ ହିଁ ସବୁକିଛି ଛାରଖାର କରିଚାଲିଯାଇଥିଲା । ଧ୍ୱଂସ ପରେ କେଦାରନାଥ ପୁଣିଥରେ ବିକାଶ ହୋଇ ପାରିବ କି ନାହିଁ ତା’ ଉପରେ ଉଠିଥିଲା ପ୍ରଶ୍ନ । ଏପରିକି ଏହା ପରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ କମିବାରେ ଲାଗିଥିଲା । ସେପଟେ ୨୦୧୩ ମସିହାରେ ହୋଇଥିବା ଫ୍ଲାସ ବନ୍ୟା ସମୟରେ ମନ୍ଦିରଟି ଠିଆ ହେବାରେ ସଫଳ ହୋଇଥିଲା । ଏପରିିକି ମନ୍ଦିରର କୌଣସି କ୍ଷତି ଘଟିନଥିଲା । ଦେଶର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ବୋଲି ଏହାକୁ ବିବେଚନା କରାଯାଇଥାଏ । ଏହା ମଧ୍ୟରେ କେଦାରନାଥକୁ ପୁଣି ବିକାଶିତ କରି ପର୍ଯ୍ୟଟକଙ୍କ ପେଣ୍ଠସ୍ଥଳୀ କରିବାର ମନବୃତ୍ତି ରଖିଥିଲେ ପ୍ରଧାନମନ୍ତ୍ରୀ । ପରେ ତାହା ହିଁ ଘଟିଥିଲା ।

ଆମର ସାଂସ୍କୃତିକ ଐତିହ୍ୟ ଗୁଡ଼ିକ ଯେପରି ଦେଖାଯିବା ଉଚିତ ବର୍ତ୍ତମାନ ଧିରେ ଧିରେ ପୂର୍ବପରି ଦେଖାଯାଉଛି । ଏପରିକି ଆସନ୍ତା ୧୦ ବର୍ଷ ମଧ୍ୟରେ ରାଜ୍ୟ ଗତ ୧୦୦ ବର୍ଷ ତୁଳନାରେ ଅଧିକ ପର୍ଯ୍ୟଟକ ଆସିବେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଅନେକ ପ୍ରକଳ୍ପ ଯୋଜନା କରିଛନ୍ତି । ଚାରିଧାମ ସଡ଼କ ପ୍ରକଳ୍ପରେ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ନିର୍ମାଣ କାର୍ଯ୍ୟ କରିଲେ ପର୍ଯ୍ୟଟକମାନେ ଅତି ସହଜରେ କେଦାରନାଥ ଆସିପାରିବେ । ନିକଟରେ ପବିତ୍ର ହେମକଣ୍ଡ ସାହେବ ଜୀ ମଧ୍ୟ ଅଛନ୍ତି । ହେମକଣ୍ଡ ସାହେବ ଜୀଙ୍କର ଦର୍ଶନ ସହଜ ହେବା ପାଇଁ ଏକ ରୋପୱେ ନିର୍ମାଣ ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଛି । ଯାହା ଉତ୍ତରାଖଣ୍ଡର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧି କରିବ ବୋଲି ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା