Masthead

ହୀରାକୁଦରେ ୧୨ ଗେଟ୍‌ ଖୋଲା, ଲଘୁଚାପ ଆଣିପାରେ ବନ୍ୟା !

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ଏବେ ପାଣି ଉବୁଟୁବୁ ହେଲାଣି। ସର୍ବାଧିକ ୬୩୦ଫୁଟ ଜଳ ଧାରଣ କ୍ଷମତା ଥିବାବେଳେ ଏହାର ୯୮%ରୁ ଅଧିକ ଏବେ ଭରିଗଲାଣି। ଏବେ ୬୨୯.୩୩ ଫୁଟରେ ଜଳ ସ୍ତର ଥିବାବେଳେ ଘଣ୍ଟାକୁ ଘଣ୍ଟା ପାଣି ବଢ଼ୁଛି। ତେଣୁ ଡ୍ୟାମ୍ କର୍ତ୍ତୃପକ୍ଷ ଅଧିକ ଗେଟ୍ ଖୋଲିଛନ୍ତି। ଏବେ ୧୨ଟି ‌ଗେଟ୍‌ ଦେଇ ପାଣି ଛଡ଼ା ଯାଉଥିବା ବେଳେ ଅଧିକ ଗେଟ୍‌ ଖୋଲିବାକୁ ଯୋଜନା ହୋଇଛି।

ପୁଣି ଆସନ୍ତା ସପ୍ତାହରେ ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ଆଶଙ୍କା ଥିବାରୁ ସବୁ ଡ୍ୟାମ୍ ଓ ନଦୀରେ ଜଳସ୍ତର ବଢ଼ିପାରେ। ଫଳରେ ରାଜ୍ୟରେ ବଡ଼ ବନ୍ୟାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ହୀରାକୁଦରେ ଡ୍ୟାମକୁ ସେକେଣ୍ଡ୍‌ ପିଛା ୧,୪୯,୦୬୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା ବେଳେ ସେକେଣ୍ଡ ପିଛା ୨,୨୫,୩୦୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ମୁଣ୍ଡୁଳିରେ ସେକେଣ୍ଡ ପିଛା ୨,୩୬,୧୯୨ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଯେଉଁଥିପାଇଁ ଏବେ ମହାନଦୀ ଓ ଶାଖା ନଦୀ ଫୁଲିବାରେ ଲାଗିଛି। ବହୁ ତଳିଆ ଅଞ୍ଚଳରେ ପାଣି ମାଡ଼ିଲାଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ