Masthead

ଜାତିସଂଘ ସାଧାରଣ ସଭାରେ ଉଠିଲା କାଶ୍ମୀର ପ୍ରସଙ୍ଗ

ବଡ଼ ଖବର ବ୍ୟୁରୋ: କାଶ୍ମୀର ଭାରତରେ ମିଶିବା ପରେ ପାକିସ୍ତାନର ନିଦ ହଜିଯାଇଛି । ଏପରିକି ସୁଯୋଗ ପାଇଲେ ପାକିସ୍ତାନ ବିଭିନ୍ନ ଦେଶମାନଙ୍କ ସମ୍ମୁଖରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପାଇଁ ମଧ୍ୟ ପଛେଇନଥାଏ । ଏହା ମଧ୍ୟରେ ପୁଣି ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ବିଶ୍ୱ ଆଗରେ ଉଠାଇଛି । ତେବେ ମିଳିତ ଜାତିସଂଘର ସାଧାରଣ ସଭାରେ ପାକିସ୍ତାନ ମୁଖ୍ୟମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗ ପୁଣିଥରେ ଉଠାଇଛନ୍ତି । ହେଲେ ଏଥର ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି ଭାରତର ପ୍ରଥମ ସଚିବ ସ୍ନେହା ଦୁବେ ।

ବାରମ୍ବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ଆଭ୍ୟନ୍ତରୀଣ ବ୍ୟାପାରକୁ ବିଶ୍ୱସ୍ତରରେ ଆଣିବାକୁ ଚେଷ୍ଟା କରିଛନ୍ତି । ଏବଂ ମିଥ୍ୟା ପ୍ରଚାର କରି ଭାରତର ପ୍ରତିଛବିକୁ ସାରା ବିଶ୍ୱ ଆଗରେ ଖରାପ କରିବାକୁ ଚେଷ୍ଟା କରୁଛନ୍ତି । ଏପରି କରି ମିଳିତ ଜାତିସଂଘର ପ୍ଲାଟଫର୍ମକୁ ପାକିସ୍ତାନ ଅପବ୍ୟବହାର କରିଛି । କେବଳ ଏତିକି ନୁହେଁ ବରଂ କାଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ ଥିଲା ଏବଂ ରହିବ । ଏହା ସହ ବେଆଇନ ଭାବରେ ଅଧିକୃତ କରିଥିବା ଅଞ୍ଚଳକୁ ପାକିସ୍ତାନ ତୁରନ୍ତ ଖାଲି କରୁ ବୋଲି ସ୍ନେହା ଦୁବେ ଇମ୍ରାନ ଖାନଙ୍କୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା