Masthead

ରକ୍ତ ନେଲା ରକ୍ତର ଜୀବନ

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ବାପାକୁ ହତ୍ୟା ଉଦ୍ୟମ କରିବା ବେଳେ ବାପାଙ୍କୁ ବଞ୍ଚେଇବାକୁ ଯାଇ ବଡ଼ ଭାଇକୁ ପିଟି ଗୁରୁତର କରିଦେଲା ସାନ ଭାଇ। ପରେ ଉଭୟ ବାପା ଓ ସାନ ଭାଇ ପିଟି ବଡ଼ ଭାଇକୁ ହତ୍ୟା କଲେ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ରାଇବଣିଆ ଗ୍ରାମରେ । ଉଭୟ ସାନ ପୁଅ ଓ ବାପା ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା ନେଇ ସୂଚନା । ତିନି ବର୍ଷ ତଳେ ବଡ଼ ପୁଅ ଶୁଶାନ୍ତ ନିଶାସକ୍ତ ଅବସ୍ଥାରେ ନିଜ ମାଆ କୁ ପିଟି ହତ୍ୟା କରି ଫେରାର ରହିଥିଲା । ପୁଣି ଘରକୁ ଫେରି ବାପା ରଥ ମାରାଣ୍ଡିକୁ ହତ୍ୟା କରିବା ଧମକ ଦେବାରୁ ସାନ ଭାଇ ପ୍ରଶାନ୍ତ ମାଡ଼ ମାରି ଶୁଶାନ୍ତ କୁ ଲହୁ ଲୁହାଣ କରିଦେଇଥିଲା । ପରେ ଉଭୟ ବାପା ରଥ ମାରାଣ୍ଡି ଓ ସାନ ଭାଇ ପ୍ରଶାନ୍ତ , ଶୁଶାନ୍ତ ଙ୍କୁ ହତ୍ୟା କରିଥିଲେ । ଘଟଣା ରେ ରାଇବଣିଆ ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠେଇ ଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ