Masthead

ଜଳୁଛି ଜିଏମଆର ପାୱାର ପ୍ଲାଣ୍ଟ

ବିଶାଖାପାଟଣା(ବଡ଼ ଖବର ବ୍ୟୁରୋ): ଜଳୁଛି ଜିଏମଆର ପାୱାର ପ୍ଲାଣ୍ଟ । ଆନ୍ଧ୍ରପଦେଶର ପୂର୍ବ ଗୋଦାବରୀ ଜିଲ୍ଲାର କାକିନଡା ଉପକୂଳର କୁମ୍ବାବିଶେଖାମ ଅଞ୍ଚଳର ବନ୍ଦର ନିକଟରେ ଥିବା ୨୨୦ ମେଗାୱାଟ ବ୍ୟାରେଜ-ପାୱାର ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଦେଶର ଏକମାତ୍ର ବ୍ୟାରେଜ ଚାଳିତ ବିଦ୍ୟୁତ୍ ଉତ୍ପାଦନ କାକିନାଡା ଉପକୂଳରୁ ତୁର୍କୀକୁ ସ୍ଥାନାନ୍ତରିତ ହେବା ପରେ ଏଠାରେ ଗତ ୨୦୧୩ ମସିହା ଠାରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଯାଇଥିବା ନେଇ ଖବର ମିଳିଥିଲା । ହେଲେ ଆଜି ହଠାତ ନିଆଁ ଲାଗିଯାଇଛି । ନିଆଁକୁ ଆୟତ କରିବା ପାଇଁ ୩ ଘଣ୍ଡା କାଳ ପରିଶ୍ରମ ଚାଲିଛି । କିନ୍ତୁ ନିଆଁକୁ ଆୟତ କରାଯାଇ ପାରୁନି ।

ଏଭଳି ପରିସ୍ଥିତିରେ ପୂର୍ବ ଗୋଦାବରୀ ଜିଲ୍ଲା ଅଗ୍ନିଶମ ଅଧିକାରୀ ସିଏଚ ରତ୍ନବାବୁ କହିଛନ୍ତି ଦିନ ୧୦ ଟା ସୁଦ୍ଧା ଅଗ୍ନିଶମ ବାହିନୀର ଗାଡି ନିଆଁ ଲିଭାଇବା ପାଇଁ ସେଠାରେ ପହଞ୍ଚିଥିଲା । ହେଲେ ଦୀର୍ଘ ୩ ଘଣ୍ଟା ଧରି ନିଆଁ ଲିଭାଇବା ପରେ ବି ନିଆଁ ଆୟତ୍ତକୁ ଆସିନି । ଜିଏମର ଏନର୍ଜି କର୍ପୋରେଟ ରିଲେସନସର କେ ବିଜୟ କହିଛନ୍ତି, ନିଆଁ ବ୍ୟାରେଜ ମାଉଣ୍ଟ ପାୱାର ପ୍ଲାଣ୍ଟ ସହ ନିକଟରେ ଥିବା କାର୍ଯ୍ୟାଳୟରେ ଲାଗିଛି । ନିଆଁ ଲାଗିବା ଫଳରେ ଅନେକ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଓ ଘଟଣାରେ କ୍ଷୟକ୍ଷତିର ପରିମାଣ ଜାଣିବା ପାଇଁ ତଦନ୍ତ କରାଯିବ ବୋଲି ଜିଲ୍ଲା କର୍ତ୍ତୁପକ୍ଷଙ୍କ ନିକଟରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା