ବାତ୍ୟାକୁ ନେଇ ନିର୍ଦ୍ଦେଶାବଳୀ ଜାରି କଲା IMD

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଗୁଲାବ । ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଉପକୂଳ ମଧ୍ୟରେ କିଛି ଘଣ୍ଟା ପରେ ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ପ୍ରବଳ ବର୍ଷା ହେବା ସହ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଏହା ମଧ୍ୟରେ ସାଇକ୍ଲୋନ ସମୟରେ କଣ କରିବା ଓ କଣ ନକରିବା ପାଇଁ IMD ନିର୍ଦ୍ଦେଶାବଳୀ ଜାରି କରିଛି ।

୧- ସାଇକ୍ଲୋନ ଆସିବା ପୂର୍ବରୁ ପୁରା ଘରକୁ ଯାଞ୍ଚ କରନ୍ତୁ
୨- ବିଶେଷ କରି ଘର ଗୁଡ଼ିକର ଟାଇଲ ଗୁଡ଼ିକକୁ ଯାଞ୍ଚ କରିବା ଆବଶ୍ୟକ
୩- ଯେଉଁଠାରେ ଖାଲି ଟାଇଲ ଦେଖାଯାଉଛି, ତାହାକୁ ସିମେଣ୍ଟ ସାହାଯ୍ୟରେ ବନ୍ଦ କରାଯିବା ଉଚିତ
୪- ଘରର କବାଟ ଓ ଝରକା ମରାମତି କରିବା ଆବଶ୍ୟକ
୫- ଘର ଚାରିପାଖରେ ଥିବା ସ୍ଥାନକୁ ଭଲ ଭାବରେ ଯାଞ୍ଚ କରିବା ଜରୁରୀ ଅଟେ
୬- ଘରର ଚାରିପାଖରେ ଦୁର୍ବଳ ଗଛ ଥାଏ, ତାହାଲେ ଏହାକୁ ତୁରନ୍ତ ହଟାଇବା ଆବଶ୍ୟକ
୭- ଘର ପାଖରେ କାଠ, ଇଟା, ସାଇନ ବୋର୍ଡ ଓ ଆବର୍ଜନା ପାତ୍ର ରହିଛି ତାହାଲେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ
୮- କିଛି କାଠ ବୋର୍ଡ ପ୍ରସ୍ତୁତ ରଖିବା ଉଚିତା
୯- ସାଇକ୍ଲନ ଆସିବା ପୂର୍ବରୁ କିରୋସିନି, ଟର୍ଚ୍ଚ ଓ ପର୍ଯ୍ୟାପ୍ତ ଶୁଖିଲା କାଠ ପାଖରେ ରଖନ୍ତୁ
ଭଙ୍ଗା କୋଠାଠାରୁ ନିଜକୁ ଦୂରରେ ରଖନ୍ତୁ । ସାଇକ୍ଲୋନ ସମୟରେ ରେଡିଓକୁ ପାଖରେ ରଖନ୍ତୁ । ଏବଂ ନିକଟସ୍ଥ ଇଓଜ ଷ୍ଟେସନରୁ ସର୍ବଶେଷ ପାଣିପାଗ ଚେତାବନୀ ଓ ପରାମର୍ଶ ଶୁଣନ୍ତୁ ।ନିମ୍ନମାନର ବେଳାଭୂମି କିମ୍ବା ଅନ୍ୟାନ୍ୟ ସ୍ଥାନରୁ ଦୂରେଇ ଯିବା ଉଚିତ ।ଏପରି ଅଞ୍ଚଳ ଯେଉଁଠାରେ ବନ୍ୟାଜଳ ଆସିପାରେ ସେଠାରୁ ତୁରନ୍ତ ଦୂରକୁ ପଳାଇ ଯାଆନ୍ତୁ । ଘର୍ଣ୍ଣିବଳୟର ବିପଦକୁ ଦୃଷ୍ଟିରେ ରଖି ଅତିରିକ୍ତ ଖାଦ୍ୟ ବ୍ୟବସ୍ଥା କରି ରଖନ୍ତୁ ।
୧୦- ଯଦି ଆପଣ ଏପରି ଏକ ଅଞ୍ଚଳରେ ବାସ କରନ୍ତି ଯେଉଁଠାରେ ବନ୍ୟା ଜଳ ଭରିପାରେ ତେବେ ସମସ୍ତ ସାମଗ୍ରୀକୁ ତଳ ମହଲାରୁ ଉପର ମହଲାକୁ ସ୍ଥାନାନ୍ତର କରିବା ଉଚିତ ।
୧୧- ଘରେ ରଖାଯାଇଥିବା ସମସ୍ତ ଜିନିଷ ଯାଞ୍ଚ କରିବା ଉତିତ ଯାହା ଭାଙ୍ଗିପାରେ ।
୧୨- ଛୋଟ ପିଲା ଓ ବୃଦ୍ଧମାନଙ୍କୁ ଏହି ସମୟରେ ବିଶେଷ ଯତ୍ନ ଓ ଧ୍ୟାନ ଦେବା ଆବଶ୍ୟକ ।
୧୩- ପବନ ଶାନ୍ତ ହେଲା ମାତ୍ରେ ତୁରନ୍ତ ବାହାରକୁ ଯାଆନ୍ତୁ ନାହିଁ ।
୧୪- ଲ୍ୟାମ୍ପ ପୋଷ୍ଟରୁ ଯେକୌଣସି ଖାଲି ଓ ଝୁଲୁଥିବା ତାରଗୁଡ଼ିକୁ ତୁରନ୍ତ ଠିକ କରାଯିବା ଉଚିତ ।
୧୫- ସମାଜିକ ବିରୋଧୀ ସୂଚନାକୁ ଅଣଦେଖା କରନ୍ତୁ ।

ଝଡ଼ ସମୟରେ ଏପରି କରନ୍ତୁ ନାହିଁ
୧- IMD ଗୁଜବ ଦ୍ୱାରା ବିଭ୍ରାନ୍ତ ନହେବାକୁ ଲୋକଙ୍କୁ ପରାମର୍ଶ
୨- ଯେଉଁଠାରେ ପ୍ରଶାସନ ରହିବାକୁ କହିଛି ସେହି ସ୍ଥାନ ଛାଡନ୍ତୁ ନାହିଁ
୩- ଲ୍ୟାମ୍ପ ପୋଷ୍ଟରରେ ଖାଲି ଝୁଲୁଥିବା ତାରକୁ ସ୍ପର୍ଶ କରନ୍ତୁ ନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’