Masthead

ମୋ’ ସ୍ୱାମୀଙ୍କୁ ନ୍ୟାୟ ଦେବ କିଏ?

ଭୁବନେଶ୍ପର (ବଡ଼ ଖବର ବ୍ୟୁରୋ): ଗତକାଲି ରାଜଧାନୀର ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା ଘଟଣା ଆଜି ମଧ୍ୟ ଚର୍ଚ୍ଚାର ଖୋରାକ ଯୋଗାଉଛି । କାଲି ମୃତ ଶମ୍ଭୁଙ୍କ ସ୍ତ୍ରୀ ମିନତୀଙ୍କ ବୁକୁଫଟା କ୍ରନ୍ଦନ ସାମନ୍ତରାପୁର ଛକରେ ଗଭୀର ଆଲୋଡ଼ନ ସୃଷ୍ଟି କରିଥିଲା । ସ୍ଵାମୀଙ୍କ ରକ୍ତାକ୍ତ ମୃତଦେହକୁ କୋଳରେ ଧରି ସେ ନ୍ୟାୟ ମାଗୁଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ମିନତୀଙ୍କ ବୟାନ ଅନୁସାରେ ହତ୍ୟାକାରୀମନେ ଆଗରୁ ମଧ୍ୟ ବାରମ୍ବାର ଶମ୍ଭୁଙ୍କ ମିଠା ଦୋକାନକୁ ଆସି ତାଙ୍କୁ ବିଭିନ୍ନଧମକ ଦେଉଥିଲେ । ଅଞ୍ଚଳ ଛାଡି ଚାଲିଯିବାକୁ ବାଧ୍ୟ କରୁଥିଲେ । କିନ୍ତୁ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଦୁର୍ବୃତ୍ତଙ୍କ କଥା କୁ ବେଖାତିର୍ କରୁଥିଲେ ।

ସ୍ୱାମୀ-ସ୍ତ୍ରୀ ୫-୬ ଥର ଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ । କିନ୍ତୁ ଜଣେ ମିଠା ଦୋକାନୀର କଥାକୁ ଥାନା ଅଧିକାରୀ ଖାତିର କରିନଥିଲେ ବୋଲି ମିନତୀ କହିଛନ୍ତି । ମିନତୀଙ୍କ କହିବା ଅନୁଯାୟୀ, ଯଦି ପୋଲିସ ଆମ କଥା ଶୁଣିଥାନ୍ତା, ତେବେ ମୋ ସ୍ଵାମୀ ଆଜି ଜୀବିତ ଥାନ୍ତେ । ଗୋଟିଏ ଜନଗହଳିପୂର୍ଣ୍ଣ ବଜାରରେ କେମିତି ଦୁର୍ବୃତ୍ତ ଏକ କଟୁରୀ ଧରି ଗୋଡ଼ାଇ ଗୋଡ଼ାଇ ହାଣି ଦେଲା ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି । ଦୁଇ ଝିଅଙ୍କୁ ଧରି କୁଆଡ଼େ ଯିବି ବୋଲି କାନ୍ଦି କାନ୍ଦି ମିନତୀ ପୋଲିସ ବାବୁଙ୍କୁ ପ୍ରଶ୍ନ କରିଥିଳେ । ମାତ୍ର ପୋଲିସ ଦେଖି ସାଜିଥିଲା ନିରବଦ୍ରଷ୍ଟା । ଏବେ ମିନତୀ ପଚାରୁଛନ୍ତି ମୋ’ ସ୍ୱାମୀକୁ ନ୍ୟାୟ ଦେବ କିଏ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ