Masthead

‘ପୁନର୍ଜନ୍ମ’ ଉତ୍ସବରେ ‘ବଡ଼ ଖବର’ର ଦୀର୍ଘ ଜୀବନ କାମନା କଲେ ସମସ୍ତେ, ଅଜାଡିଲେ ଆଶୀର୍ବାଦ

ଭୁବନେଶ୍ୱର (ବଡ଼ ଖବର ): ବଡ଼ ଖବର ‘ପୁନର୍ଜନ୍ମ’ ଉତ୍ସବ ଅନୁଷ୍ଠିତ । ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି ବଡ଼ ଖବର ‘ପୁନର୍ଜନ୍ମ’ ଉତ୍ସବ । ଅନେକ ଘାତପ୍ରତିଘାତ ଭିତରେ ବଡ଼ ଖବର ଆଗକୁ ବଢୁଛି । ଏଣୁ ଏଥର ଉତ୍ସବରେ ଏହାର ନାଁ ରଖାଯାଇଥିଲା ‘ପୁନର୍ଜନ୍ମ’ ଉତ୍ସବ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର । ସେହିଭଳି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

ବରିଷ୍ଠ ସାମ୍ବାଦିକ ତଥା ବରିଷ୍ଠ ସମ୍ପାଦକ ସମ୍ପଦ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ବଡ଼ ଖବର ଟ୍ୟାଗ ଲାଇନ ହେଉଛି ‘ଲୋକଙ୍କ ଚ୍ୟାନେଲ’ । ବଡ଼ ଖବରକୁ ସବୁବେଳେ ସାଧାରଣଲୋକ ହିଁ ଆଗକୁ ନେଇକି ଯାଇଛନ୍ତି । ପ୍ରତିଥର ଆମେ ଆମ ମଞ୍ଚରେ ସାଧାରଣ ଲୋକଙ୍କ ପ୍ରତିନିଧି ଭାବେ ଉପସ୍ଥିତି ଆମକୁ ଗୌରବାନ୍ୱତ ଅନୁଭବ କରିଥାନ୍ତି । ପ୍ରଥମ ସ୍ୱନକ୍ଷତ୍ରରେ ଥିଲେ କାବୁ ଦାସ । ଏଥର ମଞ୍ଚରେ ଉପସ୍ଥିତ ଥିଲେ ହେମନ୍ତ ମହାନ୍ତି ।

ସମସ୍ତ ଅତିଥି ଗଣତନ୍ତ୍ର ଗଣମାଧ୍ୟମର ଭୂମିକା ସମ୍ପର୍କରେ ମତ ରଖିଥିଲେ । କ’ଣ ହବା କଥା, କ’ଣ ହେଉଛି ସେ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ । ବଡ଼ ଖବରର ଯାତ୍ରା ସର୍ମ୍ପକରେ ମଧ୍ୟ ନିଜର ଅନୁଭୂତି ବାଣ୍ଟିଥିଲେ । ଏହି ଅବସରରେ ବଡ଼ ଖବର ଲାଇଭ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ ହୋଇଥିଲେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର । ଏହା ସହ ବଡ଼ ଖବର ବିପଦ ସମୟରେ ବଡ଼ ଖବର ହାତ ଛାଡି ନଥିବା ବଡ଼ ଖବର ପରିବାର ସଦସ୍ୟମାନଙ୍କ ମଧ୍ୟ ବିପଦର ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା