ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ ): ଟଳିଲା ବାତ୍ୟା ଗୁଲାବ । ଶ୍ରୀକାକୁଲମର ସନ୍ଥଗୁଡ଼ା ଠାରେ ସ୍ଥଳଭାଗ ଛୁଇଁଛି ବାତ୍ୟା । ହେଲେ ଏହି ସାମୁଦ୍ରିକ ଝଡ଼ ଗୁଲାବର ବିଶେଷ ପ୍ରଭାବ ଅନୁଭୂତ ହୋଇନାହିଁ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୭୦ କିମି ରହିଥିଲା ା ଏହା ୬ ଘଣ୍ଟା ଭିତରେ ଦୁର୍ବଳ ହେବ ।
କେରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ନବରଙ୍ଗପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିଲା । ଏହା ପ୍ରଭାବରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ବାତ୍ୟା ‘ଗୁଲାବ’ର ପ୍ରଭାବ ବିଶେଷ ଭାବେ ଭାରତ ଉପରେ ପଡ଼ିନାହିଁ।