ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ) : ନଦୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣି ନେଇଗଲା କୁମ୍ଭୀର । ତେବେ ଗତ କାଲି ବାତ୍ୟା ଗୁଲାବ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ସହ ଧାମରା ନିକଟରେ ସମୁଦ୍ର ଏବେ ଅଶାନ୍ତ ରହିଛି । ଫଳରେ ଚାନ୍ଦବାଲି ବ୍ଲକର ବୈତରଣୀ ନଦୀ ସମେତ ଅନ୍ୟ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ଏମିତିକି ବୈତରଣୀ ନଦୀରେ ଏକ କୁମ୍ଭୀର ପହଁରୁଥିବାର ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ , ଆଜି ସକାଳେ ଚାନ୍ଦବାଲି ବ୍ଲକର ଆରଡି ନିକଟସ୍ଥ ଦୋହରା ଗାଁ ନିକଟରେ ଥିବା ବୈତରଣୀ ନଦୀ ପଠାରେ କେତେକ ମଇଁଷି ଚୁରୁଥିଲେ । ଏହି ସମୟରେ ଗୋଟିଏ ମଇଁଷକୁ କୁୁମ୍ଭୀର ପାଣି ଭିତରକୁ ଟାଣି ନେଇଥିଲା । ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ କୁମ୍ଭୀରଟି ମଇଁଷିକୁ ଧରି ଭାସୁଥିବାର ଦେଖିବାକୁ ମିଳିଛି । ନଦୀ ପଠାରେ ଥିବା ଗ୍ରାମବାସୀଙ୍କ ମନରେ ଏବେ କୁମ୍ଭୀରକୁ ନେଇ ଆତଙ୍କ ଖେଳି ଯାଇଛି ।