Before Header

କୁଣ୍ଡଳୀ ସୀମାରେ କୃଷକ ମୃତ

0 14

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି । ଏହାର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ତେବେ କୁଣ୍ଡଳୀ ସୀମାରେ କୃଷି ଆଇନକୁ ରବ୍ଦ କରିବାକୁ ଦାବି କରି ଆନ୍ଦୋଳନରେ ସାମିଲ ହୋଇଥିବା ପଞ୍ଜାବର ଜଣେ କୃଷକଙ୍କ ମୃତ୍ୟୁ ଘଟିଛି ।

ହୃତଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ମୃତ କୃଷକ ଜଣଙ୍କ ପଞ୍ଜାବ ଜଳନ୍ଧର ଜିଲ୍ଲାର ଖେଲା ଗ୍ରାମର ବଘେଲ ରାମ ବୋଲି ଜଣାପଡ଼ିଛି । ଅନ୍ୟପଟେ କଂଗ୍ରେସ, ଆମ ଆଦମୀ ପାର୍ଟି, ଶିବସେନା କୃଷକଙ୍କ ଭାରତ ବନ୍ଦକୁ ସମର୍ଥନ ଦେଇଥିବାର ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.