Masthead

ଲୋକାଲ୍ ଗ୍ୟାଙ୍ଗଷ୍ଟାର ଭୂମିକାରେ ରିଚା ଚଢା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ସୁପରଷ୍ଟାର ଆକ୍ଟ୍ରେସ୍ ରିଚା ଚଢା ଏବେ ଫୁଲ୍ ଦମ୍ ରେ ରେଡି ହେଉଛନ୍ତି । ଅନେକ ଦମଦାର କ୍ୟାରକ୍ଟରରେ ସେ ନଜର ଆସିବା ପରେ ଏବେ ପୁଣି ଥରେ ଧମାଲ କରିବାକୁ ଯାଉଛନ୍ତି ରିଚା । ଖୁବ୍ଶୀଘ୍ର ଆରମ୍ଭ ହେବ ଅପକମିଙ୍ଗ୍ ଫିଲ୍ମ ‘ଫୁକ୍ରେ-୩’ର ସୁଟିଂ । ଯେଉଥିରେ ରିଚା ଜଣେ ଲୋକାଲ୍ ଗ୍ୟାଙ୍ଗଷ୍ଟାର ଭୂମିକାରେ ଅଭିନୟ କରିବେ । ଫୁକ୍ରେ ଫ୍ରାଞ୍ଚାଇଜ୍ ଉପରେ ପର୍ଯ୍ୟବେଶିତ ଏହି ଫିଲ୍ମ ଅନେକ ଦିନ ପୂର୍ବରୁ ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଥିଲା । କିନ୍ତୁ କରୋନା ପାଇଁ ଅଟକି ରହିଥିଲା ସୁଟିଂ । ବର୍ତ୍ତମାନ ପୁଣି ଥରେ ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି ।

ଏଥିରେ ରିଚା ଚଢା ଲୋକାଲ୍ ଗ୍ୟାଙ୍ଗଷ୍ଟାର ଲୋଭୀ ପଞ୍ଜାବନ୍ ଭୂମିକାରେ ଅବତୀର୍ଣ୍ଣ ହେବେ । ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ମଧ୍ୟ ତାଙ୍କ କ୍ୟାରେକ୍ଟରେ ଏତେ କମେଡି ରହିବ ଯେ ଦର୍ଶକ ହସି ହସି ବେଦମ୍ ହୋଇଯିବେ । ପୂର୍ବରୁ ରିଚା ସ୍କ୍ରିନ୍ ରେ ଅନେକ ଦମଦାର କ୍ୟାରେକ୍ଟରରେ ନଜର ଆସି ସାରିଛନ୍ତି । ମ୍ୟାଡାମ୍ ଚିଫ୍ ମିନିଷ୍ଟର, ସରବଜିତ୍, ଘୁମକେତୁ, ଲାହୋର କନଫିିଡେନଣ୍ଟାଲ୍ ଭଳି ଅନେକ ଦମଦାର ମୁଭି ଏବଂ ସିରିଜରେ ତାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ବର୍ତ୍ତମାନ ବି ସେ ପୁଣି ଥରେ ‘ଫୁକରେ-୩’ରେ ଧମାଲ କରିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ରିତେଶ ସିଦ୍ଧୱାନୀ ଓ ଫରହାନ୍ ଅଖତରଙ୍କ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ୍ ପ୍ରଡକ୍ସନ୍ ହାଉସ୍ ବ୍ୟାନରେ ରେ ନିର୍ମାଣ ହେଉଛି ଏହି ମୁଭି ।

ତେବେ ଏହି ମୁଭିରେ ରିଚାଙ୍କ ସହ ତାଙ୍କ ବୟଫ୍ରେଣ୍ଡ୍ ଅଲୀ ଫଜଲ୍ ମଧ୍ୟ ନଜର ଆସିବେ । ପୂର୍ବରୁ ଦୁଇଟି ପାର୍ଟରେ ରେ ଉଭୟ ଏକାଠି ସ୍କ୍ରିନ୍ ସେୟାର କରିଥିବା ବେଳେ ଏହି ଫିଲ୍ମରେ ବି ଦୁହିଁଙ୍କୁ ଦେଖିବାକୁ ମିଳିବ । ଅଲୀ ଫଜଲ୍ ଓ ରିଚା ଚଢା ଉଭୟ ପରସ୍ପରକୁ ଡେଟ୍ କରୁଥିବା ବେଳେ ସୋସିଆଲ ମିଡିଆରେ ଦୁହିଁଙ୍କ ଅନେକ କପଲ ଫଟୋ ଦେଖିବାକୁ ମିଳେ । ତେବେ ପୁଣି ଥରେ ଦୁହେଁ ଏକାଠି ନଜର ଆସୁଥିବାରୁ ଦର୍ଶକ ବି ବେଶ୍ ଉତ୍ସାହିତ ରହିଛନ୍ତି । ଏହି ଫିଲ୍ମ ବ୍ୟତିତ ଅଲୀ ଫଜଲ୍ ‘ହାପି ଅବ୍ ଭାଗ୍ ଜାଏଗି’ ଏବଂ ‘ଡେଥ୍ ଅନ୍ ଦ ନିଲେ’ ରେ ମଧ୍ୟ ଖୁବ୍ ଶୀଘ୍ର ନଜର ଆସିବାକୁ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ