Before Header

ମ୍ୟାରେଜ୍ କରିବେ ରଣବୀର ଆଲିଆ

0 13

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ ଜଗତରେ ଏବେ ଖୁବ୍ଶୀଘ୍ର ବାଜିବ ସେହେନାଇ । ବ୍ୟାଣ୍ଡ୍ ବାଜା ବାରାତ ନେଇ ଆଲିଆଙ୍କ ଘରକୁ ଆସିବେ ହ୍ୟାଣ୍ଡସମ୍ ହଙ୍କ୍ ରଣବୀର କପୁର । ପଡିବ ହାତଗଣ୍ଠି । ମ୍ୟାରେଜର ସିଜିନ୍ ଯେତେ ପାଖେଇ ଆସୁଛି ଫ୍ୟାନ୍ସ ମାନେ ଆଲିଆ ଓ ରଣବୀରଙ୍କ ମ୍ୟାରେଜକୁ ନେଇ ମଧ୍ୟ ସେତିକି ଏକ୍ସାଇଟେଡ୍ ହୋଇ ଯାଉଛନ୍ତି । ଲଙ୍ଗଟାଇମ୍ ରିଲେସନଶିପ୍ ରେ ରହିଥିବା ଏହି ଲଭ ବାର୍ଡ ଏବେ ମ୍ୟାରେଜ କରିବାକୁ ଯାଉଛନ୍ତି । ନିକଟରେ ଦୁହିଁଙ୍କୁ ଯୋଦ୍ଧପୁର ଏୟାରପୋର୍ଟରେ ଦେଖିବା ପରେ ବର୍ତ୍ତମାନ ଏହି ଖବର ଏବେ ଯୋରଦାର ଚର୍ଚ୍ଚା ହେଉଛି ।

ପୁର୍ବରୁ ମଧ୍ୟ ଦୁହିଁଙ୍କ ମ୍ୟାରେଜକୁ ନେଇ ଅନେକ କଥା ଶୁଣିବାକୁ ମିଳିଛି । ଏଥର କିନ୍ତୁ ସତସତିକା ଦୁହେଁ ଦୁହିଁଙ୍କର ହାତ ଧରିବେ । ଶୁଣିବାକୁ ମିଳିଛି ଯେ ଦୁହେଁ କାଳେ ୱେଡିଂ ଡେଷ୍ଟିନେସନ ଫାଇନାଲ କରିବାକୁ ଯୋଦ୍ଧପୁର ଯାଇଛନ୍ତି । ଏହା ସହ ଆସନ୍ତା ୨୯ ତାରିଖରେ ରଣବୀର ନିଜ ଜନ୍ମଦିନ ପାଳନ କରିବେ । ସେଥିପାଇଁ ବୋଧେ ଏହି ଲଭ ବାର୍ଡ ଯୋଦ୍ଧପୁର ଯାଇଥିବା ବି ଅନୁମାନ କରାଯାଉଛି । ଯୋଦ୍ଧପୁର ଏୟାରପୋର୍ଟରୁ ଦୁହେଁ ହାତ ଧରା ଧରି ହୋଇ ଯାଉଥିବାର ଫଟୋ ଏବେ ସବୁଠି ଭାଇରାଲ ହେବାରେ ଲାଗିଛି । କିଏ କହୁଛି ଦୁହେଁ ଜନ୍ମଦିନ ସେଲିବ୍ରେଟ୍ କରିବାକୁ ଯାଇଛନ୍ତି ତ ଆଉ କିଏ କହୁଛି ୱେଡିଂ ଡେଷ୍ଟିନେସନ ଫାଇନାଲ କରିବାକୁ ଉଭୟ ଯୋଦ୍ଧପୁର ବାହାରିଛନ୍ତି । କିନ୍ତୁ ଏ ନେଇ ଦୁହିଁଙ୍କ ପକ୍ଷରୁ କୌଣସି ଅଫିସିଆଲ ଆନାଉନ୍ସ ହୋଇନାହିଁ । ତେବେ ଗତ ବର୍ଷ ମଧ୍ୟ ରଣବୀର ନିଜ ଜନ୍ମଦିନ ସେଲିବ୍ରେଟ କରିବା ସମୟରେ ଆଲିଆ ତାଙ୍କ ସାଙ୍ଗରେ ଥିଲେ । ଦୁହିଁଙ୍କ ମ୍ୟାରେଜକୁ ନେଇ ରଣବୀରଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା । ଏହାର ଉତ୍ତରରେ ରଣବୀର କହିଥିଲେ ଯଦି ମହାମାରୀ ଆସି ନଥାନ୍ତା ତେବେ ଆମ ମ୍ୟାରେଜ ଏ ପର୍ଯ୍ୟନ୍ତ ସରନ୍ତାଣି । କିନ୍ତୁ ଏବେ ମୁଁ ଏହା ଉପରେ କିଛି ବି କହି ନିଜକୁ ଦୁଭାର୍ଗ୍ୟ ମନେ କରିବାକୁ ଚାହେଁନା । କିନ୍ତୁ ଖୁବଶୀଘ୍ର ଏହା ହେବାକୁ ଯାଉଛି ।

ତେବେ ରଣବୀରଙ୍କ ଏପରି ମନ୍ତବ୍ୟ ପରେ ଦୁହିଁଙ୍କ ମ୍ୟାରେଜକୁ ନେଇ ଜୋରଦାର ଚର୍ଚ୍ଚା ଧରିଥିଲା । କିନ୍ତୁ ଉଭୟ ଏ ନେଇ ଚୁପ୍ ରହିଥିଲେ । ବର୍ତ୍ତମାନ ଦୁହିଁଙ୍କ ଯୋଦ୍ଧପୁର ଟ୍ରିପ୍ ପଛରେ କିଛି ସ୍ପେସିଆଲ କାରଣ ଥାଇପାରେ ବୋଲି ଅନୁମାନ କରୁଛନ୍ତି ଫ୍ୟାନ୍ସ । ତେବେ ଖବର ଅନୁସାରେ ୨୦୧୭ରୁ ଆଲିଆ ଓ ରଣବୀର ରିଲେସନଶିପରେ ରହିଛନ୍ତି । ସବୁଠି ଦୁହେଁ ନିଜ ସମ୍ପର୍କକୁ ନେଇ ଖୁଲମ ଖୁଲା ଘୋଷଣା ମଧ୍ୟ କରିଛନ୍ତି । ଆଗକୁ କଣ ହେଉଛି ତାହା ଦେଖିବାକୁ ବାକି ରହିଲା । ୱର୍କଫ୍ରଣ୍ଟ କଥା କହିବାକୁ ଗଲେ ଉଭୟ ଖୁବଶୀଘ୍ର ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରେ ନଜର ଆସିବେ । ଏହି ମୁଭିର ସୁଟିଂ ଜାରି ରହିଥିବା ବେଳେ ସୁଟିଂ ସେଟ୍ ରୁ ଅନେକ ଫଟୋ ଭାଇରାଲ ହୋଇଛି । ତେବେ ରଣବୀର ଓ ଆଲିଆ ରିଲ ଲାଇଫ ସହ ରିୟଲ ଲାଇଫରେ କେବେ ଏକାଠି ହେଉଛନ୍ତି ତକୁ ୱେଟ୍ କରି ରହିଛନ୍ତି ଫ୍ୟାନ୍ସ ।

Leave A Reply

Your email address will not be published.