ଆମ ଲଢେଇ କଂଗ୍ରେସ କିମ୍ବା ଅନ୍ୟ ପାର୍ଟି ସହିତ ନୁହେଁ !

କୋଲକାତା(ବଡ଼ ଖବର ବ୍ୟୁରୋ): ଦେଶରେ ବର୍ତ୍ତମାନ ଇସ୍ତଫା ଦେବା ଓ ନିଜ ଦଳ ଛାଡ଼ି ଅନ୍ୟଦଳରେ ମିଶିବା ପରମ୍ପରା ଚାଲିଛି । କିଏ ବିଜେପି ଛାଡ଼ି କଂଗ୍ରେସରେ ମିଶୁଥିବାବେଳେ ଆଉ କିଏ ନିଜ ପଦରୁ ଇସ୍ତଫା ଦେଉଛି । ଏହା ମଧ୍ୟରେ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ବଡ଼ ବୟାନ ଦେଇଛନ୍ତି । ତେବେ ଆମର ସଂଗ୍ରାମ କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳ ସହ ନୁହେଁ । ଆମକୁ ଭାରତ ବଞ୍ଚାଇବାକୁ ପଡ଼ିବ । ଏବଂ ଏଥିପାଇଁ ବିଜେପିକୁ ପରାସ୍ତ କରିବା ଆବଶ୍ୟକ ବୋଲି ଅଭିଷେକ ବାନାର୍ଜୀ କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ଗତ ସାତ ବର୍ଷ ଧରି ଜାତୀୟ ବିରୋଧୀଙ୍କ ସ୍ଥାନରେ କଂଗ୍ରେସ ଥିଲା । ସେପଟେ ତୃଣମୂଳ କଂଗ୍ରେସ ବର୍ତ୍ତମାନ ବିଜେପିକୁ ହରାଇବାରେ ଲାଗିଛି । ଯଦି କଂଗ୍ରେସ କିଛି କରୁ ନାହିଁ ଏହାର ଅର୍ଥ ନୁହେଁ ଯେ ଆମେ ଚୁପ ହୋଇ ବସିବା ଉଚିତ । ଅନ୍ୟପଟେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଲୁଇଜିନୋ ଫ୍ଲେରିଓ କୋଲକାତାରେ ଟିଏମସିରେ ଯୋଗ ଦେଇଛନ୍ତି । ତାଙ୍କ ସହ ୧୦ ଜଣ ଟିଏମସିରେ ମିଶିଥିବାର ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ