Masthead

ବାଦ୍ ପଡ଼ିବେ ୧୫୦ ବିଧାୟକ

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୁଣି ଥରେ ଖେଳିବାକୁ ଚାହୁଁଛନ୍ତି ମାଷ୍ଟର ଷ୍ଟୋକ୍। ଆଗାମୀ ବିଧାନସଭା ନିର୍ବାଚନରେ ପୁଣି ଥରେ ସରକାର ଗଠନ ପାଇଁ ଟିକେଟ୍ ବଣ୍ଟନ କରିବାର ଫର୍ମୂଲା ଆପଣେଇବ। ଯଦି ଦଳର ସୂତ୍ର ଅନୁଯାୟୀ ଟିକେଟ୍ ବଣ୍ଟନ କରେ, ତେବେ ୨୦୨୨ ବିଧାନସଭା ନିର୍ବାଚନ ରେ ୧୫୦ ରୁ ଅଧିକ ପ୍ରାର୍ଥୀଙ୍କ ଟିକେଟ କଟିବ। ୨୦୧୭ ରେ ନିର୍ବାଚନରେ ଜିତିଥିବା ଏବଂ ହାରିଥିବା ପ୍ରାର୍ଥୀ ବି ଏଥିରେ ସାମିଲ ହେବେ। ସାଢେଚାରି ବର୍ଷ ଧରି ସଂଗଠନ ତଥା ସରକାରଙ୍କ କାର୍ୟ୍ୟକଳାପରେ ନିଷ୍କ୍ରିୟ ଥିବା ବିଧାୟକଙ୍କ ଟିକେଟ୍ କଟାଯିବ। ଏଥି ସହିତ ସାଢେ ଚାରି ବର୍ଷରେ ସଂଗଠନ ଏବଂ ସରକାରଙ୍କୁ ସମୟ ସମୟରେ ଆପତ୍ତିଜନକ ବିବୃତ୍ତି ଦେଇ ବିବାଦ ଘେରକୁ ଅସିଥିବା ନେତାଙ୍କର ବି ଟିକେଟ କଟିବ। ତା ସହିତ ୭୦ ବର୍ଷ ବୟସ ଅତିକ୍ରମ କରିଥିବା, ବିଭିନ୍ନ ପ୍ରକାରର ଗୁରୁତର ରୋଗରେ ପୀଡିତ ବିଧାୟକଙ୍କ ଟିକେଟ୍ ମଧ୍ୟ କଟାଯିବ।

ଦଳର ବିଶ୍ୱାସ ଯେ ସ୍ଥାନୀୟ ଜନସାଧାରଣ, ଶ୍ରମିକ, ସଂଗଠନ ଅଧିକାରୀଙ୍କ ସହ ଜଡିତ ଥିବା ବ୍ୟକ୍ତିତ୍ଵଙ୍କୁ ବିଧାୟକ ଟିକେଟରେ ସୁଯୋଗ ଦେଲେ ଦଳ ଲାଭରେ ରହିବ। ୨୦୧୭ ବିଧାନସଭା ନିର୍ବାଚନରେ ବିପୁଳ ବ୍ୟବଧାନରେ ହାରିଥିବା ପ୍ରାର୍ଥୀଙ୍କୁ ପୁଣିଥରେ ହାରିବାର ଆଶଙ୍କାରୁ ଦଳ ରକ୍ଷା ପାଇବ। ତେବେ ପ୍ରାର୍ଥୀ ଚୟନ ପାଇଁ ରାଷ୍ଟ୍ରୀୟ ସଭାପତି ଜେପି ନଡାଙ୍କ ଦ୍ୱାରା ଏକ ସର୍ଭେ କରାଯାଉଛି। ବିଭିନ୍ନ ଏଜେନ୍ସି ମାଧ୍ୟମରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସ୍ତରରେ ମଧ୍ୟ ସର୍ଭେ କରାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଜିଲ୍ଲାୱାରୀ ପରିଦର୍ଶନ କରୁଛନ୍ତି। ଲୋକଙ୍କା ମତାମତ ନେବା ସହିତ ବିଭିନ୍ନ ସ୍ତରରୁ ସର୍ଭେ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଇକେଲରେ ବୁହା ହେଲା ଶବ 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ସାଇକେଲରେ ବୁହା ହେଲା ଶବ 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍