Masthead

ପରଦାରେ ଆସିବ ଅକ୍ଷୟ-ଇମ୍ରାନ୍ ଯୋଡି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ନିଜ ଫିଲ୍ମ ଗୁଡିକୁ ନେଇ ଏତେ ବିଜି ରୁହନ୍ତି ଯେ ତାଙ୍କୁ ବଲିଉଡର ବିଜି ଷ୍ଟାର କହିଥାନ୍ତି ଦର୍ଶକ । ସେ ସବୁବେଳେ ହିଟ୍ ପରେ ହିଟ୍ ଦେଇ ଚାଲିଥାନ୍ତି ସିନେ ଇଣ୍ଡଷ୍ଟ୍ରିକୁ । ଏବେ ବି ତାଙ୍କର ଅନେକ ଗୁଡିଏ ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି । ଏସବୁ ଭିତରେ ତାଙ୍କର ପୁଣି ଏକ ଫିଲ୍ମର ଘୋଷଣା ହୋଇଛି । ଖୁବଶୀଘ୍ର ସେ ଧର୍ମା ପ୍ରଡକ୍ସନ ସହିତ କାମ ଆରମ୍ଭ କରିବେ । ରାଜ୍ ମେହେଟ୍ଟାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମ ।

ସବୁଠାରୁ ଖାସ୍ କଥା ହେଉଛି ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଇମ୍ରାନ୍ ହାସମି ବି ନଜର ଆସିବେ । ଦୁହେଁ ପରସ୍ପର ସହିତ ଅନ୍ ସ୍କ୍ରିନ୍ ସଂଘର୍ଷ କରିବେ । ୨୦୧୯ରେ ରିଲିଜ୍ ହୋଇଥିବା ଏକ ମାଲୟଲମ୍ ଚଳଚିତ୍ରର ଏହା ରିମେକ୍ ଅଟେ । ଆଜିକାଲି ରିମେକ୍ ମୁଭିର ଟ୍ରେଣ୍ଡ ଚାଲିଥିବା ବେଳେ ସେଥିରେ ଅକ୍ଷୟଙ୍କୁ ଦେଖିବାକୁ ବି ବେଶ୍ ଉତ୍ସାହିତ ହୋଇଗଲେଣି ପ୍ରସଂଶକ । ତେବେ ମୁଭିରେ ଅକ୍ଷୟ ପୁଣି କେଉଁ ଅବତାରରେ ନଜର ଆସେିବେ ତାହା ଦେଖିବାକୁ ବାକି ରହିଲା ।

ନିକଟରେ ଅକ୍ଷୟଙ୍କ ଅଭିନୀତ ମୁଭି ବେଲ୍ ବଟମ୍ ସିନେମା ହଲ୍ ରେ ରିଲିଜ୍ ହେବା ପରେ ଦର୍ଶକଙ୍କର ଭଲ ରେସପନ୍ସ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଅକ୍ଷୟ କୁମାରଙ୍କ ମୁଭି ସବୁବେଳେ ବକ୍ସ ଅଫିସରେ ସୁପରହିଟ୍ ହେଉଥିବାରୁ ଏହି ମୁଭିରେ ବି ନୂଆ କିଛି ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି ଦର୍ଶକ ।ଖବର ଅନୁସାରେ ଅକ୍ଷୟ କୁମାର ଏବେ ତାଙ୍କ ଅପକମିଙ୍ଗ୍ ଫିଲ୍ମ ଅତରଙ୍ଗି, ସିନ୍ଦ୍ରେଲା, ରାମ୍ ସେତୁ, ଏବଂ ରକ୍ଷା ବନ୍ଧନ ଭଳି ବଡ ବଡ ପ୍ରୋଜକ୍ଟର ସୁଟିଂରେ ବିଜି ରହିଛନ୍ତି । ଏହା ସହିତ ନିକଟରେ ତାଙ୍କ ଅପକମିଙ୍ଗ ଫିଲ୍ମ ସୂର୍ଯ୍ୟବଶୀଂର ରିଲିଜ୍ ଡେଟ୍ ମଧ୍ୟ ଘୋଷଣା ହୋଇଛି । ଏହି ଫିଲ୍ମର ସୁଟିଂ ସରିଥିବା ବେଳେ କେବଳ କରୋନା ପାଇଁ ଏହା ଅଟକି ରହିଥିଲା । ବର୍ତ୍ତମାନ କିନ୍ତୁ ୨୨ ଅକ୍ଟୋବର ରେ ଏହା ରିଲିଜ୍ ହେବାକୁ ଯାଉଛି । ଏଥିରେ ଅକ୍ଷୟ କୁମାରଙ୍କ ସହ ଅଜୟ ଦେବଗନ୍ ଓ ରଣବୀର ସିଂଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ତିନି ସୁପରଷ୍ଟାର ପୋଲିସ୍ କ୍ୟାରେକ୍ଟରେ ଧମାଲ କରିବେ ବୋଲି ଆଶା ରଖିଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ