Masthead

ପରଦାରେ ଆସିବ ଅକ୍ଷୟ-ଇମ୍ରାନ୍ ଯୋଡି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ନିଜ ଫିଲ୍ମ ଗୁଡିକୁ ନେଇ ଏତେ ବିଜି ରୁହନ୍ତି ଯେ ତାଙ୍କୁ ବଲିଉଡର ବିଜି ଷ୍ଟାର କହିଥାନ୍ତି ଦର୍ଶକ । ସେ ସବୁବେଳେ ହିଟ୍ ପରେ ହିଟ୍ ଦେଇ ଚାଲିଥାନ୍ତି ସିନେ ଇଣ୍ଡଷ୍ଟ୍ରିକୁ । ଏବେ ବି ତାଙ୍କର ଅନେକ ଗୁଡିଏ ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି । ଏସବୁ ଭିତରେ ତାଙ୍କର ପୁଣି ଏକ ଫିଲ୍ମର ଘୋଷଣା ହୋଇଛି । ଖୁବଶୀଘ୍ର ସେ ଧର୍ମା ପ୍ରଡକ୍ସନ ସହିତ କାମ ଆରମ୍ଭ କରିବେ । ରାଜ୍ ମେହେଟ୍ଟାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମ ।

ସବୁଠାରୁ ଖାସ୍ କଥା ହେଉଛି ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଇମ୍ରାନ୍ ହାସମି ବି ନଜର ଆସିବେ । ଦୁହେଁ ପରସ୍ପର ସହିତ ଅନ୍ ସ୍କ୍ରିନ୍ ସଂଘର୍ଷ କରିବେ । ୨୦୧୯ରେ ରିଲିଜ୍ ହୋଇଥିବା ଏକ ମାଲୟଲମ୍ ଚଳଚିତ୍ରର ଏହା ରିମେକ୍ ଅଟେ । ଆଜିକାଲି ରିମେକ୍ ମୁଭିର ଟ୍ରେଣ୍ଡ ଚାଲିଥିବା ବେଳେ ସେଥିରେ ଅକ୍ଷୟଙ୍କୁ ଦେଖିବାକୁ ବି ବେଶ୍ ଉତ୍ସାହିତ ହୋଇଗଲେଣି ପ୍ରସଂଶକ । ତେବେ ମୁଭିରେ ଅକ୍ଷୟ ପୁଣି କେଉଁ ଅବତାରରେ ନଜର ଆସେିବେ ତାହା ଦେଖିବାକୁ ବାକି ରହିଲା ।

ନିକଟରେ ଅକ୍ଷୟଙ୍କ ଅଭିନୀତ ମୁଭି ବେଲ୍ ବଟମ୍ ସିନେମା ହଲ୍ ରେ ରିଲିଜ୍ ହେବା ପରେ ଦର୍ଶକଙ୍କର ଭଲ ରେସପନ୍ସ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଅକ୍ଷୟ କୁମାରଙ୍କ ମୁଭି ସବୁବେଳେ ବକ୍ସ ଅଫିସରେ ସୁପରହିଟ୍ ହେଉଥିବାରୁ ଏହି ମୁଭିରେ ବି ନୂଆ କିଛି ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି ଦର୍ଶକ ।ଖବର ଅନୁସାରେ ଅକ୍ଷୟ କୁମାର ଏବେ ତାଙ୍କ ଅପକମିଙ୍ଗ୍ ଫିଲ୍ମ ଅତରଙ୍ଗି, ସିନ୍ଦ୍ରେଲା, ରାମ୍ ସେତୁ, ଏବଂ ରକ୍ଷା ବନ୍ଧନ ଭଳି ବଡ ବଡ ପ୍ରୋଜକ୍ଟର ସୁଟିଂରେ ବିଜି ରହିଛନ୍ତି । ଏହା ସହିତ ନିକଟରେ ତାଙ୍କ ଅପକମିଙ୍ଗ ଫିଲ୍ମ ସୂର୍ଯ୍ୟବଶୀଂର ରିଲିଜ୍ ଡେଟ୍ ମଧ୍ୟ ଘୋଷଣା ହୋଇଛି । ଏହି ଫିଲ୍ମର ସୁଟିଂ ସରିଥିବା ବେଳେ କେବଳ କରୋନା ପାଇଁ ଏହା ଅଟକି ରହିଥିଲା । ବର୍ତ୍ତମାନ କିନ୍ତୁ ୨୨ ଅକ୍ଟୋବର ରେ ଏହା ରିଲିଜ୍ ହେବାକୁ ଯାଉଛି । ଏଥିରେ ଅକ୍ଷୟ କୁମାରଙ୍କ ସହ ଅଜୟ ଦେବଗନ୍ ଓ ରଣବୀର ସିଂଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ତିନି ସୁପରଷ୍ଟାର ପୋଲିସ୍ କ୍ୟାରେକ୍ଟରେ ଧମାଲ କରିବେ ବୋଲି ଆଶା ରଖିଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍