ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମର୍ଣ୍ଣିଂୱାକ କରୁଥିବା ବେଳେ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ ହୋଇଛି । ସ୍କୁଟିରେ ଆସି ସାମ୍ବାଦିକଙ୍କଠୁ ମୋବାଇଲ ଛଡେଇ ନେଇଗଲେ ଲୁଟେରା । ତେବେ ରାଜଧାନୀର ଡେଲଟା ଛକରେ ଘଟିଛି ଏଭଳି ଘଟଣା । ସମୟର ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ସକାଳୁ ମର୍ଣ୍ଣିଂୱାକ କରୁଥିବା ସମୟରେ ତାଙ୍କ ଠାରୁ ମୋବାଇଲ ଛଡେଇ ନେଇଯାଇଥିଲେ ୨ ଲୁଟେରା । ତାଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ ପୋଲିସ ଘଟାଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ସୂଚନା ଆନୁଯାୟୀ, ସାମ୍ବାଦିକ ଜଣକ ମର୍ଣ୍ଣିଂୱାକ କରୁଥିବା ସମୟରେ ୨ ଲୁଟେରା ଆସି ତାଙ୍କଠୁ ମୋବାଇଲ ଛଡେଇବା ପାଇଁ ଉଦ୍ୟମ କରିଥିଲେ । ତେବେ ସତ୍ୟ ସୁନ୍ଦର ବିରୋଧ କରିବାରୁ ତାଙ୍କୁ ଲୁହା ରଡରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ ।ପରେ ଘଟଣାସ୍ଥଳରୁ ମୋବାଇଲ ନେଇ ଫେରାର ହୋଇଯାଇଥିଲେ । ଏହା ପରେ ତାଙ୍କୁ ଲୋକ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ । ଖବର ପାଇ କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।