Masthead

ପୁଣି ବଢ଼ିଲା ତେଲ ଦାମ, ମୁମ୍ବାଇକୁ ଟପିଲା ମାଲକାନଗିରି

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଦେଶରେ ତୈଳ ଦରରେ ଲାଗୁନି ବ୍ରେକ । ଲଗାତାର ଭାବେ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦାମ । ଆଜି ତୃତୀୟ ଦିନରେ ବଢ଼ିଛି ତେଲ ଦର । ମୁମ୍ବାଇକୁ ଟପି ଆଗରେ ରହିଛି ମାଲକାନଗିରି । ଏଠାରେ ପେଟ୍ରୋଲ ଲିଟର ପିଛା ୧୦୯ଟଙ୍କା ୬୪ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ମଧ୍ୟ ୧୦୫ଯଙ୍କା ୧ ପଇସାରେ ପହଞ୍ଚିଛି । ମଧ୍ୟପ୍ରଦେଶ ସିବନୀରେ ସର୍ବାଧିକ ୧୧୩ଟଙ୍କା କରହିଛି ତେଲ ଦାମ ।

ଏହାତଳକୁ ଆଗରୁ ମୁ୍ବାଇ ୧୦୮ଟଙ୍କାରେ ଥିବା ବେଳେ ୧୦୯ଟଙ୍କା ଦର ସହିତ ବର୍ତ୍ତମାନ ମାଲକାନଗିରିରେ ଦେଶର ଦ୍ୱିତୀୟ ସର୍ବାଧିକ ପେଟ୍ରୋଲ ଦରଦାମ ରହିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ୧୦୨ଟଙ୍କା ୧୪ପଇସା ଓ ଡିଜେଲ ଦର ୯୦ଟଙ୍କା ୪୭ପଇସା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୯୯ଟଙ୍କା ୮୦ପଇସା ଓ କୋଲକାତାରେ ପେଟ୍ରୋଲ ଦର ୧୦୨ଟଙ୍କା ୭୭ପଇସା ରହିଛି ।

ବର୍ତ୍ତମାନ ଓଡିଶା ସମେତ ମଧ୍ୟପ୍ରଦେଶ , ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ତାନ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ ଓ କଶ୍ମୀର ଏବଂ ସିକ୍କିମ୍ ଭଳି ୧୪ ରାଜ୍ୟରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ପାର କରିସାରିଲାଣି । ଏହାମଧ୍ୟରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗରଠାରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୭୩ ପଇସା ଏବଂ ୧୦୩ ଟଙ୍କା ୯୦ ପଇସା ଛୁଇଁଛି । ଘରୋଇ ବଜାରରେ ବର୍ତ୍ତମାନ ଦିନକୁ ଦିନ ତୈଳ ଦର ବଢିବାରେ ଲାଗିଛି । ମାତ୍ର ସମ୍ୟକ୍ ବିରାମ ପରେ ପୁଣି ବଢୁଛି ତେଳ ଦର, ଯାହା ଖାଉଟିଙ୍କୁ ବେଶ୍ ଅତିଷ୍ଠ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି