Masthead

ହିମ ସ୍ଖଳନରେ ନୌସେନାର ୫ କର୍ମଚାରୀ ନିଖୋଜ

ଡେରାଡୁନ(ବଡ଼ ଖବର ବ୍ୟୁରୋ):    ଉତ୍ତରାଖଣ୍ଡର ବାଗେଶ୍ୱର ଠାରେ ଥିବା ସୁଉଚ୍ଚ ତ୍ରିଶୂଲ ପର୍ବତରେ ଘଟିଛି ଅଘଟଣ । ପାହାଡ ଉପରୁ ଚଢୁଥିବା ନୌସେନାର ପର୍ବତାରୋହିର ଗୋଟିଏ ଟିମ ହଠାତ ବରଫ ସ୍ଖଳନର ସମ୍ମୁଖୀନ ହୋଇଛନ୍ତି ।ତେବେ କିଛି କର୍ମଚାରୀ ବରଫ ସ୍ଖଳନରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆଉ କିଛି କର୍ମଚାରି ନିଖୋଜ ଥିବା ନେଇ ସୂଚନା ମିଳିଛି । ନୌସେନାର ୫ ଜଣ କର୍ମଚାରି ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି । କିନ୍ତୁ ଏ ଯାଏଁ ନୌସେନାମାନଙ୍କର କୌଣସି ପତ୍ତା ମିଳିନାହିଁ ।

ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୩ରେ ୭ ହଜାର ୧୨୦ ମିଟର ଉଚ୍ଚ ତ୍ରିଶୂଲ ପର୍ବତ ଶିଖରେର ପହଞ୍ଚିବା ପାଇଁ ମୁମ୍ବାଇର ଏକ ନୌସେନାର ପର୍ବତାରୋହି ଟିମ ବାହାରିଥିଲା । ସେହି ଟିମରେ ୨୦ ଜଣ ସଦସ୍ୟ ରହିଥିଲେ । ଶୁକ୍ରବାର ସେମାନେ ପାହାଡ ଉପରୁ ଚଢୁଥିବା ବେଳେ ହଠାତ ହିମ ସ୍ଖଳନ ହୋଇଥିଲା । ବରଫ ଅତଡା ଧସିବାର ଘଟଣାରେ ୧୦ ଜଣ ସମ୍ମୁଖୀନ ହୋଇଥଲେ । ତେବେ ୫ ଜଣ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଆଉ ୫ ଜଣ ନିଖୋଜ ହୋଇଯାଇଥିଲେ ।ଖବର ପରେ ସେମାନଙ୍କୁ ଖୋଜାଖୋଜି କରିବା ପାଇଁ ଏକ ହେଲିକପ୍ଟରକୁ ନିୟୋଜିତ କରାଯାଇଛି । ହେଲେ ଏଯାଏଁ କୌଣସି ପତ୍ତା ମଳିନାହିଁ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା