Masthead

୨୦.୭ ଲକ୍ଷ ଆକାଉଣ୍ଟକୁ ବ୍ୟାନ କଲା ହ୍ୱାଟସଆପ

ନୂଆ ଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ମେସେଜିଂ ଆପ ହ୍ୱାଟସଆପକୁ ନେଇ ଆସିଲା ନୂଆ ତଥ୍ୟ । ଭରତରେ ୨୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଛି ହ୍ୱାଟସଆପ । ତେବେ ନୂଆ ଆଇଟି ଆକ୍ଟ ଅଧିନରେ ଥିବା ନିୟମ ଆନୁଯାୟୀ ହ୍ୱାଟସଆପ ୨୦.୭ ଲକ୍ଷ ଲୋକଙ୍କ ଆକାଉଣ୍ଟକୁ ବ୍ୟାନ କରିସାରିଲାଣି । ଏ ନେଇ ହ୍ୱାଟସଆପ ପକ୍ଷରୁ ସୂଚନା ଦିଆଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଅଗଷ୍ଟ ୧ରୁ ୩୧ ତାରିଖ ସମୟ ସୀମା ମଧ୍ୟରେ ନୂଆ ଆଇଟି ଆକ୍ଟ ଆନୁଯାୟୀ ୪୨୦ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ହ୍ୱାଟସଆପ ପକ୍ଷରୁ ସେମାନଙ୍କ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି ।

ହୋଇଥିବା ଅଭିଯୋଗରୁ ୪୧ଟି ଉପରେ ପଦକ୍ଷେପ ଗ୍ରହଣ କରିଛି । ବିଭିନ୍ନ ନିୟମକୁ ଉଲ୍ଲଘଂନ କରିବା ସହ ହ୍ୱାଟସଆପ ପ୍ଲାଟଫର୍ମରେ ସ୍ୱାଧୀନତାର ଅପବ୍ୟବହାର କରାଯାଉଛି । ଏହି ଘଟଣାରେ ୨୦.୭ ଲକ୍ଷ ଲୋକଙ୍କ ଆକାଉଣ୍ଟକୁ ବ୍ୟାନ କରାଯାଇଛି । ଏହା ପୂର୍ବରୁ ଜୁନ ୧୬ରୁ ଜୁଲାଇ ୩୧ ମଧ୍ୟରେ ହ୍ୱାଟସଆପ ୩୦.୨ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଥିଲା । ଖବର ଆନୁଯାୟୀ ବ୍ୟାନ ହୋଇଥିବା ଆକାଉଣ୍ଟ ସବୁ ଭାରତରୁ ହିଁ ପରିଚାଳନା ହୋଉଥିଲା ।

ହୋଇଥିବା ଅଭିଯୋଗରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଥଲା । ହ୍ୱାଟସଆପ କହିଛି ଯେ ଅଗଷ୍ଟ ମାସରେ କମ୍ପାନୀ ପାଖକୁ ଆସିଥିବା ୪୨୦ ରିପୋର୍ଟ ଗ୍ରହଣ କରାଯାଇଛି । ଏହା ମଧ୍ୟରୁ ୧୦୫ ଆକାଉଣ୍ଟ ସପୋର୍ଟ , ୨୨୨ଟି ଆକାଉଣ୍ଟକୁ ବ୍ୟାନ, ଆନ୍ୟ ସପୋର୍ଟ ପାଇଁ ୩୪ଟି ରିପୋର୍ଟ , ପ୍ରଡକ୍ଟ ସପୋର୍ଟ ପାଇଁ ୪୨ ଓ ସୁରକ୍ଷା ସମ୍ପର୍କରେ ୧୭ଟି ରିପୋର୍ଟ ରହିଛି ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି