Masthead

ମହିଳାଙ୍କୁ ବର୍ବାଦ କରିଦେଲେ ଲୁଟେରା

ସୋର (ବଡ଼ ଖବର ବ୍ୟୁରୋ): ମହିଳାଙ୍କ ଠାରୁ ମୋବାଇଲ ଚୋରି ପରେ ଫୋନ୍ ପେ ମାଧ୍ୟମରେ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ । ବାଲେଶ୍ଵର ଜିଲ୍ଲା ସୋର ଥାନା ଆରୁଆ ଛତ୍ରାଳି ଗାଁର ଜଣେ ମହିଳାଙ୍କ ଠାରୁ ମୋବାଇଲ ଚୋରି ପରେ ଫୋନ୍ ପେ ମାଧ୍ୟମରେ ୩ଲକ୍ଷ ୫୦ ହଜାର ଲୁଟ ଅଭିଯୋଗ । ଛତ୍ରାଳି ଅଞ୍ଚଳର ଜୟନ୍ତୀ କୁଅଁର ସୋରରେ ରହି ଇନ୍ସୁରାନ୍ସ ଏଜେଣ୍ଟ ସହିତ ବିଭିନ୍ନ ନେଟୱାର୍କିଙ୍ଗ କମ୍ପାନୀରେ କାମ କରୁଥିଲେ । କିଛି ଲୋକ ଆସି ତାଙ୍କ ଠାରୁ ଏହି ସାମଗ୍ରୀ କିଣୁଥିଲେ ।

ଅଭିଯୋଗକ୍ରମେ ବାହାନଗା ଅଞ୍ଚଳର ଜଣେ ଯୁବକ ଏହି ସାମଗ୍ରୀ କିଣିବାକୁ ଆସିବା ସହିତ ଅନ୍ୟ ୨ଜଣ ସାଙ୍ଗଙ୍କୁ ନେଇ ଆସିଥିଲେ । ପରେ ଏହି ୨ ଜଣ ଯୁବକ ଏହି ସାମଗ୍ରୀ କିଣିବାକୁ ଆସି ମହିଳାଙ୍କ ସହିତ ଫୋଟୋ ଉଠାଇଥିଲେ । ମହିଳା ଜଣକ ଏହାକୁ ବିରୋଧ କରିବା ସହିତ ମୋବାଇଲକୁ ଛଡାଇ ରଖିଥିଲେ ।

ପରେ ଏହି ୨ଜଣ ଯୁବକ ମହିଳାଙ୍କର ମୋବାଇଲକୁ ନେଇଯିବା ସହ ଆମାଜନ ଓ ଫ୍ଲିପ୍ କାର୍ଟ ଭଳି ସଂସ୍ଥାରୁ ଅନ୍ ଲାଇନ୍ ରେ ବିଭିନ୍ନ ସାମଗ୍ରୀ କିଣି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ପ୍ରଦାନ କରିଛନ୍ତି । ଏନେଇ ମହିଳା ଜଣକ ବ୍ୟାଙ୍କ ଆକାଉଣ୍ଟ ଚେକ କରିବା ପରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ପରେ ମହିଳା ଜଣକ ହତାଶହୋଇ ସୋର ଥାନାରେ ୩ ଜଣ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ