Masthead

ମହିଳାଙ୍କୁ ବର୍ବାଦ କରିଦେଲେ ଲୁଟେରା

ସୋର (ବଡ଼ ଖବର ବ୍ୟୁରୋ): ମହିଳାଙ୍କ ଠାରୁ ମୋବାଇଲ ଚୋରି ପରେ ଫୋନ୍ ପେ ମାଧ୍ୟମରେ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ । ବାଲେଶ୍ଵର ଜିଲ୍ଲା ସୋର ଥାନା ଆରୁଆ ଛତ୍ରାଳି ଗାଁର ଜଣେ ମହିଳାଙ୍କ ଠାରୁ ମୋବାଇଲ ଚୋରି ପରେ ଫୋନ୍ ପେ ମାଧ୍ୟମରେ ୩ଲକ୍ଷ ୫୦ ହଜାର ଲୁଟ ଅଭିଯୋଗ । ଛତ୍ରାଳି ଅଞ୍ଚଳର ଜୟନ୍ତୀ କୁଅଁର ସୋରରେ ରହି ଇନ୍ସୁରାନ୍ସ ଏଜେଣ୍ଟ ସହିତ ବିଭିନ୍ନ ନେଟୱାର୍କିଙ୍ଗ କମ୍ପାନୀରେ କାମ କରୁଥିଲେ । କିଛି ଲୋକ ଆସି ତାଙ୍କ ଠାରୁ ଏହି ସାମଗ୍ରୀ କିଣୁଥିଲେ ।

ଅଭିଯୋଗକ୍ରମେ ବାହାନଗା ଅଞ୍ଚଳର ଜଣେ ଯୁବକ ଏହି ସାମଗ୍ରୀ କିଣିବାକୁ ଆସିବା ସହିତ ଅନ୍ୟ ୨ଜଣ ସାଙ୍ଗଙ୍କୁ ନେଇ ଆସିଥିଲେ । ପରେ ଏହି ୨ ଜଣ ଯୁବକ ଏହି ସାମଗ୍ରୀ କିଣିବାକୁ ଆସି ମହିଳାଙ୍କ ସହିତ ଫୋଟୋ ଉଠାଇଥିଲେ । ମହିଳା ଜଣକ ଏହାକୁ ବିରୋଧ କରିବା ସହିତ ମୋବାଇଲକୁ ଛଡାଇ ରଖିଥିଲେ ।

ପରେ ଏହି ୨ଜଣ ଯୁବକ ମହିଳାଙ୍କର ମୋବାଇଲକୁ ନେଇଯିବା ସହ ଆମାଜନ ଓ ଫ୍ଲିପ୍ କାର୍ଟ ଭଳି ସଂସ୍ଥାରୁ ଅନ୍ ଲାଇନ୍ ରେ ବିଭିନ୍ନ ସାମଗ୍ରୀ କିଣି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ପ୍ରଦାନ କରିଛନ୍ତି । ଏନେଇ ମହିଳା ଜଣକ ବ୍ୟାଙ୍କ ଆକାଉଣ୍ଟ ଚେକ କରିବା ପରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ପରେ ମହିଳା ଜଣକ ହତାଶହୋଇ ସୋର ଥାନାରେ ୩ ଜଣ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ