Masthead

ବ୍ୟାପୁଛି କଂଗ୍ରେସ କନ୍ଦଳ, ଦଳ ଛାଡିବେ ଏକାଧିକ ବିଧାୟକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   କଂଗ୍ରେସରେ ଦଳୀୟ କନ୍ଦଳ ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୁବାରେ ଲାଗିଛି । ପ୍ରଥମେ ମଧ୍ୟପ୍ରଦେଶରୁ ଆରମ୍ଭ ହୋଇଥିବା ଏହି କଂଗ୍ରେସ କନ୍ଦଳ ପଞ୍ଜାବ ଓ ଛତିଶଗଡରେ ପହଞ୍ଚିଥିଲା । ବର୍ତ୍ତମାନ ପଞ୍ଜାବ କଂଗ୍ରେସରେ ହାଇଡ୍ରାମା ଦେଖିବାକୁ ମିଳୁଛି । ଆଉ ଏବେ ଏହି ଦଳୀୟ କନ୍ଦଳ ତାଲିକାରେ ଯୋଡି ହୋଇଛି ମେଘାଳୟ ।

ମେଘାଳୟ କଂଗ୍ରେସ ମୁଖ୍ୟଙ୍କ ନିଯୁକ୍ତିକୁ ନେଇ ସେଠାକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡା ମୁକୁଲ ସାଙ୍ଗାମ ହାଇକମାଣ୍ଡଙ୍କ ଉପରେ ଖପ୍ପା ହୋଇଛନ୍ତି । ସୂଚନା ଆନୁସାରେ ସାଙ୍ଗାମ ବିରୋଧୀ ଦଳର ନେତା ଭାବେ କାର୍ଯ୍ୟ କରୁଛନ୍ତି । ହେଲେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭିସେଣ୍ଟ ଏଚ ପାଲଙ୍କ ସହ ତାଙ୍କର ତିକ୍ତତା ସୃଷ୍ଟି ହୋଇଛି । ଆଗକୁ ୨୦୨୩ ରେ ମେଘାଳୟ ବିଧାନସଭା ନିର୍ବାଚନ ହେବକୁ ଯାଉଛି । ତେବେ ଏହା ପୂର୍ବରୁ ସାଙ୍ଗାମ ଦଳୀୟ ବିବାଦକର ଆନ୍ତ କରିବା ପାଇଁ ଲକ୍ଷ ରଖିଥିବା ଜଣାପଡିଛି । ଯଦି ବିବାଦର ସମାଧାନ ହୁଏ ନାହିଁ ତେବେ ସେ କଂଗ୍ରେସ ଛାଡି ଟିଏମସିରେ ମିଶିବେ ବୋଲି ଚର୍ଚ୍ଚ ହେଉଛି । ଖାଲି ଏତିକି ନୁହେଁ ସାଙ୍ଗାମଙ୍କ ସହ ଅନେକ ବିଧାୟକ କଂଗ୍ରେସ ଛାଡି ଟିଏମସିରେ ସାମିଲ ହେବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ସେପଟେ ସାଙ୍ଗାମଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି , ଏବେ ମେଘାଳୟରେ ୬୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୧୭ ବିଧାୟକ ରହିଛନ୍ତି । ଆଗକୁ ହେବାକୁ ଥିବା ୨୦୨୩ ବିଧାନସଭା ନିର୍ବାଚନରେ ବିଧାୟକମାନେ ସେମାନଙ୍କ ଆସନ ହରାଇବା ଉଦ୍ଦେଶ୍ୟରେ ନାହାଁନ୍ତି । ତେଣୁ ଡା ସାଙ୍ଗାମାଙ୍କୁ ଦଳ ନିରୋଧ ଆଇନକୁ ମାତ ଦେବାକୁ ହେଲେ ଅତିକମରେ ୧୨ ବିଧାୟକଙ୍କୁ ସାମିଲ କରିବାକୁ ହେବ । ଡା ସାଙ୍ଗମ କହିଛନ୍ତି, ମୁଁ ରବିବାର ଦିଲ୍ଲୀ ଯିବି । ସେଠାରେ ବିବାଦର ସମାଧାନ ପାଇଁ ଚେଷ୍ଟା କରିବୁ । ଅପରପକ୍ଷେ ଦଳୀୟ ବିବାଦ ଯୋଗୁ ନିକଟରେ କିଛି ବରିଷ୍ଠ କଂଗ୍ରେସ ନେତା ଦଳ ଛାଡି ଏନପିପିରେ ଯୋଗ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ