Masthead

ପୁଣି ଉଠିଲା ପିସିସି ହଟାଓ ଦାବି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପିପିଲି ନିର୍ବାଚନରେ ବାଜି ମାରିଛି ବିଜେଡି । ସେପଟେ ପିପିଲି ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସ ଭବନ ଆଗରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ତେଜନା। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି କଂଗ୍ରେସ ଭବନ ଆଗରେ ଜୋରଦାର ନାରା ଦିଆଯାଇଛି। ଆଜି ଅପରାହ୍ନରେ କିଛି କଂଗ୍ରେସ କର୍ମୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା କାର୍ୟ୍ୟାଳୟକୁ ଆସିଥିଲେ। ଅସନ୍ତୁଷ୍ଟ ଗୋଷ୍ଠୀ ପକ୍ଷରୁ ନିରଞ୍ଜନ ହଟାଅ ଓ କଂଗ୍ରେସ ବଞ୍ଚାଅ ନାରା ଦେଇ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରିଛନ୍ତି।

ନିରଞ୍ଜନ ପୁରୁଣା କର୍ମୀଙ୍କ ପ୍ରତି ହତାଦାର କରିଛନ୍ତି। କିନ୍ତୁ ବାହାରୁ ଆସିଥିବା ଲୋକଙ୍କୁ ଗୁରୁତ୍ଵ ଦେଉଛନ୍ତି। କଂଗ୍ରେସ ଭବନ ଆସୁ ନାହାନ୍ତି କି କୌଣସି ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ ମଧ୍ୟ କରୁନାହାନ୍ତି। ପିପିଲି, ବାଲେଶ୍ୱର, ତିର୍ତ୍ତୋଲରେ ନିରଞ୍ଜନ ଟିକେଟ୍ ବିକିଥିବା ଅଭିଯୋଗ ମଧ୍ୟ କରିଛନ୍ତି। ପୁଣି ଶାସକ ଦଳ ସହ ବୁଝାମଣା କରିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ। ଆଉ ନିରଞ୍ଜନଙ୍କ ବିରୋଧରେ ଏ ଆନ୍ଦୋଳନ ଦିଲ୍ଲୀ ପର୍ୟ୍ୟନ୍ତ ଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି କର୍ମୀ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ