Masthead

ନିର୍ବାଚନୀ ତାତି, ଗ୍ରୀଷ୍ମ ତାତିରେ ଭାଜି ହେଉଛି ଓଡ଼ିଶା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନିର୍ବାଚନ ତାତିକୁ ଟକ୍କର ଦେଉଛି ଗ୍ରୀଷ୍ମ ତାତି । ନିର୍ବାଚନ ବିଗୁଲ ବାଜିବା ପରେ ରାଜନୀତି ଉଷ୍ମ ହୋଇଛି । ଟିକେଟ ଘୋଷଣା ପରେ ଗ୍ରାଉଣ୍ଡରେ ହଲଚଲ ଦେଖିବାକୁ ମିଳିଛି । ବାଦ୍ ପଡିଥିବା ଆଶାୟୀ ବିଦ୍ରୋହ ସୃଷ୍ଟି କରିଛନ୍ତି । ରାଜନୀତିକ ମାହୋଲ ଯେତେ ଗରମ ହେଉଛି ଗ୍ରୀଷ୍ମ ତାତି ତାଠୁ ବଳିଯାଉଛି । ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଛୁଇଁପାରେ। ଦିନ ସାଢ଼େ ୧୧ ସୁଦ୍ଧା ୩୬ ଡିଗ୍ରୀ ପାର କରିଛି ତାପମାତ୍ରା। ସାଢେ ୧୧ସୁଦ୍ଧା ଚାନ୍ଦବାଲି ସର୍ବାଧିକ ୩୬.୨ ଡିଗ୍ରୀ। ଭୁବନେଶ୍ୱରରେ ଏବଂ କେନ୍ଦୁଝରରେ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ୩୫.୪, ସମ୍ବଲପୁରରେ ୩୫.୨ ଡିଗ୍ରୀ, ହୀରାକୁଦ ୩୪.୬ ଓ ବାଲେଶ୍ୱରରେ ୩୪.୨ ଡିଗ୍ରୀ ତାପମାତ୍ରା ରହିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ପାରଦ ୪୦ ଡିଗ୍ରୀ ପାର କରିପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ୩୯ ଡିଗ୍ରୀ ଉପରେ ରହିଥିଲା ୫ ସହରର ଦିନ ତାପମାତ୍ର। ୩୭ ଡିଗ୍ରୀ ଡହ ଡହ ଖରାରେ ଭାଜି ହୋଇଛନ୍ତି ରାଜଧାନୀବାସୀ। ୩୯.୫ ଡିଗ୍ରୀ ସହ ବୌଦ୍ଧ ସବୁଠୁ ତତଲା ସହର ଭାବେ ପରିଗଣିତ ହୋଇଥିବାବେଳେ ଭବାନୀପାଟଣା, ଟିଟିଲାଗଡ଼, ନୟାଗଡ଼ ଓ ପାରଳାଖେମୁଣ୍ଡିରେ ବି ପାରଦ ୩୯ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ