Masthead

ସୌରଶକ୍ତିରେ ଗଡ଼ୁଛି ବାଇକ

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): ପେଟ୍ରୋଲ ଦର ବଢିଲେବି ଆଉ ଫରକ ପଡ଼ିବନି । ଲୋକଙ୍କ ପକେଟକୁ ବି ବାଧିବନି । କାରଣ ଏବେ ସୌର ଶକ୍ତିରେ ଗଡ଼ିବ ଗାଡ଼ି । ରାୟଗଡ଼ା ଉକ୍ରଳ ଗୌରବ ମଧୁସୁଦନ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ କମାଲ । ବଡ଼ୁଥିବା ପେଟ୍ରୋଲ ଡିଜେଲ ଦରକୁ ଦେଖି ତିଆରୀ କଲେ ସୋଲାର୍ ବାଇକ୍ । ଲକଡାଉନରେ ସମସ୍ତେ ଘରେ ବସି ସମୟ କଟାଉଥିବା ବେଳେ ସମୟରର ସଠିକ ଉପଯୋଗ କରି ସୋଲାର ବାଇକ ତିଆରୀ କରିଛନ୍ତି ଛାତ୍ରଛାତ୍ରୀ । ବାଇକରେ ଉପରେ ୪ଟି ସୋଲାର ପ୍ୟାନେଲ ଖଞ୍ଜିବାପରେ ଜକ୍ କଣ୍ଟ୍ରୋଲ ମାଧ୍ୟମରେ ୪ଟି ବ୍ୟଟେରୀକୁ ସଂଯୋଗ କରି ବାଇକ ପ୍ରସ୍ତୁତ କରିଛନ୍ତି ଛାତ୍ରଛାତ୍ରୀ ମାନେ । ଯେଉଁଥି ପାଇଁ ତାଙ୍କୁ ମାତ୍ର ୪୦ରୁ୪୫ ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିଛି ।

ଏହା ଯେ ଖାଲି ପଇସା ବଞ୍ଚେଇବ ତାହା ନୁହେଁ ବରଂ ପ୍ରଦୂଷଣକୁ ମଧ୍ୟ କମ କରିବାରେ ସହାୟକ ହେବ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ କଲେଜ କତୃପକ୍ଷଙ୍କ ସହ ଅଞ୍ଚଳବାସୀ ଶଭେଚ୍ଛ ଜଣାଇଛନ୍ତି । ତେବେ ଏହି ସୋଲାର ବାଇକକୁ ସରକାର ପ୍ରୋତ୍ସାହନ ଯୋଗାଇଦେଲେ ଆଗମୀ ଦିନରେ ଏହା ଜନାଦୃତ୍ତ ହୋଇପାରିବ ବୋଲି ମତ ରଖିଛନ୍ତି ସ୍ଥାନୀୟ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ