୪ବର୍ଷର ବୈବାହିକ ଜୀବନ ପରେ ଅଲଗା ହେଲେ ସମନ୍ଥା ଓ ନାଗ ଚୈତନ୍ୟ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାଉଥ୍ ଜଗତରେ ଏବେ ବେଶ୍ ଚର୍ଚ୍ଚାରେ ରହିଛି ସମନ୍ଥା ଏବଂ ନାଗ ଚୈତନ୍ୟଙ୍କ ବିବାହ ବିଚ୍ଛେଦ ଖବର । ଦୁହିଁଙ୍କର ଦୀର୍ଘ ଦିନର ସମ୍ପର୍କରେ ଏବେ ଦେଖାଦେଇଛି ଫାଟ । ଉଭୟଙ୍କ ବିବାହ ୪ବର୍ଷ ହୋଇଥିବା ବେଳେ ଦୁହିଁଙ୍କ ବିବାହ ବିଚ୍ଛେଦ ଖବର ଏବେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି । ଦୁହେଁ ସୋସିଆଲ ମିଡିଆରେ ବି ଏହି ଖବର ଘୋଷଣା କରିଛନ୍ତି । ଦୁହେଁ ଖୁବଶୀଘ୍ର ଛାଡପତ୍ର ନେବେ ବୋଲି କହିଛନ୍ତି ।

କିଛିଦିନ ପୂର୍ବରୁ ଉଭୟ ଫ୍ୟାମିଲି କୋର୍ଟ ଯାଇଥିବା ବେଳେ ଓକିଲଙ୍କୁ ସାକ୍ଷାତ କରିଥିଲେ । ତେବେ ଏହି ଖବର କିଛି ଦିନ ହେବ ଚର୍ଚ୍ଚା ହେଉଛି । ନିକଟରେ ସମନ୍ଥା ଓ ନାଗ ଚୈତନ୍ୟ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ଆମେ ସ୍ୱାମୀ-ସ୍ତ୍ରୀ ରୂପେ ନିଜ ସମ୍ପର୍କକୁ ବେଶ୍‌ ଭାବି ଚିନ୍ତି ବେଚ୍ଛଦ କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ବେଶ୍‌ ଭାଗ୍ୟଶାଳୀ ଯେ, ଦଶ ବର୍ଷରୁ ଅଧିକ ଦିନ ଧରି ଆମ ବନ୍ଧୁତ୍ୱ ଥିଲା। ଆମ ସମ୍ପର୍କ ବେଶ୍‌ ଭିନ୍ନ। ଆମେ ପରସ୍ପର ଅଲଗା ହେବା ପରେ ମଧ୍ୟ ଭଲ ବନ୍ଧୁ ହୋଇ ସର୍ବଦା ରହିବୁ।’ ଏଭଳି ଅସୁବିଧା ସମୟରେ ଆମର ସମର୍ଥନ କରିବା ପାଇଁ ଏବଂ ଆମକୁ ଆଗକୁ ବଢ଼ିବାକୁ ଦେବା ପାଇଁ ପ୍ରାଇଭେସି ଦେବା ଲାଗି ଆମେ ଆମ ପ୍ରଶଂସକ, ମିଡିଆ ଓ ଶୁଭଚିନ୍ତକଙ୍କୁ ଅନୁରୋଧ କରୁଛୁ। ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାନ ବୋଲି ସମନ୍ଥା ନିଜ ପୋଷ୍ଟରେ ଲେଖିଛନ୍ତି।

ସୂଚନା ମୁତାବକ କିଛି ଦିନ ତଳେ ସମନ୍ଥା ସୋଶାଲ ମିଡିଆରେ ନିଜ ସରନେମ୍‌ ବା ଉପନାମ ବଦଳାଇ ଦେଇଥିଲେ। ଏହାକୁ ଦେଖି ନାଗା ଚୈତନ୍ୟ ଏବଂ ତାଙ୍କ ଭିତରେ କିଛି ଠିକ୍‌ ନଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ପରେ ସେ ନାଗା ଚୈତନ୍ୟଙ୍କ ଅପ୍‌କମିଂ ଫିଲ୍ମର ଟ୍ରେଲରକୁ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର କରିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍‌ ଥିବା ନେଇ କୁହାଯାଉଥିଲା। କିନ୍ତୁ ଏବେ ଉଭୟଙ୍କ ଛାଡପତ୍ର ଖବର ଏବେ ତାଙ୍କ ଫ୍ୟାନ୍‌ମାନଙ୍କୁ ଚକିତ କରିଦେଇଛି।

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସାମନ୍ତା ରୁଥ ପ୍ରଭୁ ୨୦୧୦ ମସିହାରୁ ପରସ୍ପରକୁ ଡେଟ୍‌ କରୁଥିଲେ। ପ୍ରାୟ ୭ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା ଚାଲିବା ପରେ ୨୦୧୭ ମସିହା ଅକ୍ଟୋବର ୯ରେ ବେଶ୍‌ ରାଜକୀୟ ଠାଣିରେ ଗୋଆରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ଏହା ସହ ଅନେକ ସାଉଥ ଫିଲ୍ମରେ ବି ସେମାନେ ଏକାଠି ସ୍କ୍ରିନ୍ ସେୟାର କରିଛନ୍ତି । ଦୁହିଁଙ୍କ ଯୋଡି ସାଉଥ ଫିଲ୍ମ ଜଗତର ଏକ ପପୁଲାର ଯୋଡି ଭାବେ ପରିଚିତ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ