Masthead

ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ରହିବେ ଆର୍ୟନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ଡ୍ରଗ୍ସ ମାମଲାରେ ଗିରିଫ ହୋଇଛନ୍ତି କିଙ୍ଗଖାନଙ୍କ ପୁଅ । ମାତ୍ର ୨୩ ବର୍ଷ ବୟସରେ ଏତେ ବଡ଼ ମାମଲାରେ ଛନ୍ଦି ହୋଇଛନ୍ତି ଆର୍ୟନ ଖାନ । ଆଜି ଆର୍ଯ୍ୟନଙ୍କ ରିମାଣ୍ଡ ସରୁଛି । ହେଲେ ଅକ୍ଟୋବର ୭ ପର୍ଯ୍ୟନ୍ତ ଆର୍ୟନ ରିମାଣ୍ଡରେ ରହିବେ ବୋଲି ସୂଚନା ମିଳିଛି । ଆର୍ୟନଙ୍କ ପାଇଁ ଆଇନଜୀବୀ ସତିଶ ମାନସିଦେ ପକ୍ଷ ରଖିଥିବାର କଥା ସାମ୍ନାକୁ ଆସିଛି । ଏହା ପୂର୍ବରୁ ସତିଶ ମାନସିଦେ ସଲମାନ ଖାନ ଓ ସଞ୍ଜୟ ଦତ୍ତଙ୍କ ଭଳି ପପୁଲାର ବ୍ୟକ୍ତିଙ୍କ କେସ ଲଢିଛନ୍ତି । ଏନସିବିର ତଦନ୍ତରେ ଆର୍ୟନ ସହଯୋଗ ମଧ୍ୟ କରିଛନ୍ତି ।

ସେପଟେ ଆର୍ୟନଙ୍କ ସାଙ୍ଗ ପାଖରୁ ୬ ଗ୍ରାମ ଚରସ ମିଳିଥିଲା । ହେଲେ ଆର୍ୟନଙ୍କ ପାଖରୁ କୌଣସି ଡ୍ରଗ୍ସ ମିଳିନଥିଲା । କିନ୍ତୁ ତାଙ୍କ ଫୋନରୁ ଏନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଅନ୍ୟପଟେ ଆର୍ଯ୍ୟନ ଏନସିବି ଆଗରେ ସବୁକିଛି ସତ ମାନି ନେଇଛନ୍ତି । ଏପରିକି ଏନସିବିର ଜେରା ସମୟରେ ନିଜ କୋହକୁ ସମ୍ଭାଳି ନପାରି ଆର୍ଯ୍ୟନ କାନ୍ଦି ପକାଇଥିଲେ । ଗତ ୪ ବର୍ଷ ହେଲା ଲଗାତାର ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଛନ୍ତି । କେବଳ ଏତିକି ନୁହେଁ ବରଂ ଗିରଫ ହେବା ପରେ ଏନସିବି ଶାହାରୁଖଙ୍କୁ ତାଙ୍କ ପୁଅ ସହ କଥା କରେଇଥିଲେ । ଉଭୟ ପାଖାପାଖି ୨ ମିନିଟ କଥା ହୋଇଥିବା ଜଣାପଡିଛି । ଗତ ଶନିବାର ରେଭ ପାର୍ଟିରୁ ଧରାପଡିଥିବା ଆର୍ଯ୍ୟନଙ୍କୁ ରବିବାର ୧୨ ଘଣ୍ଟା ଜେରା ପରେ ଏନସିବି ତାଙ୍କୁ ଗିରଫ କରିଥିଲା । ଚଢାଉବେଳେ ପ୍ରାୟ ୬୦୦ରୁ ଅଧିକ ଲୋକ ଏହି ଜାହାଜ ଉପରେ ଥିଲେ ।

ଏହି ମାମଲାରେ ଏନସିବି ୮ ଜଣଙ୍କୁ ଗିରଫ କରିଛି । ସେଥିମଧ୍ୟରୁ ୩ ଜଣଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ପରେ କୋର୍ଟ ତାଙ୍କୁ ଗୋଟିଏ ଦିନ ପାଇଁ ଏନସିବି ହେପାଜତକୁ ପଠାଇଥିଲା । ମାମଲାରେ ପୋଲିସ ଆର୍ଯ୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମସ୍ତଙ୍କ ଫୋନ ଜବତ କରିବା ସହ ଫୋନର ମେସେଜ ଖୋଳାତାଡ କରିଛି । ଖୋଳାତାଡ ସମୟରେ ଡ୍ରଗ୍ସ ସେଲର ଓ ପେଡେଲରଙ୍କ ସହ ଲିଙ୍କରେ ଥିବା କଥା ସାମ୍ନାକୁ ଆସିଛି । ଏନସିବି ଉଭୟ ଆର୍ଯ୍ୟନ ଓ ଅରବାଜଙ୍କୁ ମୁହାଁମୁହିଁ ବସାଇ ଜେରା କରିଥିଲେ । ଏହା ସହ ଗତକାଲିର ଚଢାଉ ପରେ ଏନସିବି ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ