Masthead

ଧରା ପଡ଼ିଲା ଓଡ଼ିଶାର ତିଶ ମାରଖାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଧରା ପଡ଼ିଲା ଓଡ଼ିଶାର ତିଶ ମାରଖାନ । ସାଢେ ତିନି ଦସନ୍ଧି ଧରି ଚାଲୁଥିଲା ଚୋର ପୁଲିସର ଖେଳ । ଦୀର୍ଘ ୩୩ବର୍ଷ ଧରି ଚୋରି କରି ୟେସ ଓ ଆରାମରେ ଜୀବନ ବିତାଉଥିଲା । । ଏପରି ଏକ ଚୋରକୁ କମିଶନରେଟ ପୁଲିସ ଗିରଫ କରିଛି । ଚୋର ଜଣକ ୮୦ ଦଶକରୁ ହିଁ କ୍ରାଇମ ଜଗତରେ ପାଦ ଥାପିଥିଲା । ବିଜେବି କଲେଜରେ ପାଠ ପଢୁଥିବା ସମୟରେ ଏକ ଗଣ୍ଡଗୋଳ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲା । ସେଠାରେ ଜଣେ ଚୋର ସଂସ୍ପର୍ଷରେ ଆସି ଆରମ୍ଭ କରିଦେଇଥିଲା ଚୋରିର ତରିକା । ତରିକା ଏତେ ଚତୁର ଥିଲା ଯେ ଚୋରକୁ ଧରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ୁଥିଲା । ସେପଟେ ୩୩ ବର୍ଷରେ ୫୦୦ରୁ ଅଧିକ ଚୋରି କରିଛି ଚୋର ଜଣକ । ପାଖାପାଖି ୫କୋଟି ଟଙ୍କା ଚୋରିଥିବାର କଥା ସାମ୍ନାକୁ ଆସିଛି ।

ଚୋରୀ ଟଙ୍କାରେ ଗ୍ୟାଙ୍ଗଟକ୍, ଚେନ୍ନାଇ, ମୁମ୍ବାଇରରେ ଥିବା ଷ୍ଟାର ହୋଟେଲ ମାନଙ୍କରେ ୟସ ଓ ଆରାମ ଜୀବନ ବିତାଉଥିଲା । ଏପରିକି କଲ ଗାର୍ଲ ପଛରେ ପୁଳାପୁଳା ଟଙ୍କା ଉଡାଇବା ସହ ମଉଜ ମଜଲିସରେ ମସଗୁଲ ରହୁଥିଲା । ଖାଲି ରାଜ୍ୟ ନୁହେଁ ବରଂ ରାଜ୍ୟ ବାହାରେ ମଧ୍ୟ ଲୁଟପାଟ କରିବାରେ ମାହିର ଥିଲା ହେମନ୍ତ ଦାସ । ମୁମ୍ବାଇ, ଚେନ୍ନାଇ ଓ ଦିଲ୍ଲିରେ ମଧ୍ୟ ଚୋରି କରିଥିଲା । ଏହା ଛଡ଼ା କେବଳ ଭୁବନେଶ୍ୱରରେ ହିଁ ତା ନାଁରେ ୧୦୨ଟି କେଶ ରହିଛି ।

୨୦୧୮ରେ ତାଙ୍କୁ କମିଶନରେଟ ପୋଲିସ ଗିରଫ କରିଥିଲା । ପରେ ୨୦୨୦ରେ ପୁରୀରୁ ତାକୁ ଗିରଫ କରାଯାଇଥିଲା । କିନ୍ତୁ ଜେଲରୁ ବାହାରିବା ପରେ ପୁଣି ଚୋରୀ ପେଶାକୁ ଆପଣାଇ ନେଉଥିଲା । ହେଲେ ଏଥର ଗିରଫ ହେବା ପରେ ହେମନ୍ତ ଦାସ ଚୋରୀରୁ ରିଟାର୍ଡ ନେବେ ବୋଲି ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ