Masthead

ଗାଁ ମୁହାଁ ୬୦ ଟିକିଆ ହାତୀପଲ,ଚମ୍ପୁଆରେ ଭୟ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ):କେନ୍ଦୁଝରରେ ଝାଡ଼ଖଣ୍ଡି ହାତୀପଲଙ୍କ ଆତଙ୍କ । ୬୦ଟିକିଆ ହାତୀପଲକୁ ନେଇ ଲୋକେ ଭୟଭୀତ । ଚମ୍ପୁଆ ରେଞ୍ଜର ବାଲିବନ୍ଧ ଫରେଷ୍ଟ ବିଟ ଅଞ୍ଚଳକୁ ରବିବାର ୬୦ଟିକିଆ ଝାଡଖଣ୍ଡି ହାତୀପଲ ଧଶେଇ ପଶିଥିଲେ । ଆଜି ଏହି ହାତିପଲ ଗୁଡ଼ିକ ତିନି ଭାଗ ହୋଇ ପାର୍ବତିପୁର, ହରିଡ଼ାଯୋଡ଼ି ଓ କାଞ୍ଜିଆପାଣି ଅଞ୍ଚଳରେ ଉତ୍ପାତ ମଚାଇଛନ୍ତି । ଦିନ ବେଳା ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ସଞ୍ଜ ନଇଁଲେ ଗାଁ ମୁହାଁ ହେଉଛନ୍ତି ପଲ । ଧାନବିଲର ପଶି ବ୍ୟାପକ କ୍ଷତି କରିଛନ୍ତି ହାତୀ ପଲ । କିଛିଦିନ ତଳେ ପୁରୁଣାପାଣି ଗାଁରେ ଜଣେ ବ୍ୟକ୍ତିଙ୍କୁ ହାତୀ ପଲ ଦଳି ଦେଇଥିଲେ । ଏହି ଘଟଣା ମନରୁ ନଲିଭୁଣୁ ହାତିପଲ ପୁଣି ଉତ୍ପାତ ଆରମ୍ଭ କରିଦେଇଛନ୍ତି । ଫଳରେ ଲୋକେ ଆତଙ୍କିତ ହୋଇ ହୋପଡ଼ିଛନ୍ତି । ସନ୍ଧ୍ୟା ହେଲେ ଲୋକେ ପଦାକୁ ବାହାରିବା ପାଇଁ ଡ଼ରୁଛନ୍ତି । ପ୍ରତିବର୍ଷ ଝାଡ଼ଖଣ୍ଡି ହାତୀପଲ ପାଇଁ ଅନେକ ଧନ ଜୀବନ ବିପଦରେ ପଡ଼ୁଛି । ବନ ବିଭାଗ ହାତୀ ଗୁଡ଼ିକୁ ତୁରନ୍ତ ଘଉଡାଇବା ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼