Masthead

ରେଭ ପାର୍ଟି ମାମଲା: ଆଉ ୨ ଜଣଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ରେଭ ପାର୍ଟିରେ ଡ୍ରଗସ୍ ସେବନ ମାମଲା । ଆଉ ଦୁଇଜଣଙ୍କୁ ଗିରଫ କରିଛି ଏନସିବି । ଫଳରେ ଉକ୍ତ ମାମଲାରେ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି । ଉକ୍ତ ମାମଲାରେ ଗିରଫ ହୋଇଥିବା ନବମ ବ୍ୟକ୍ତି ଜଣକ ହେଲେ ଶ୍ରେୟସ ନାୟାର ଏବଂ ଦଶମ ବ୍ୟକ୍ତି ଜଣକ ଯୋଗେଶ୍ଵରୀ ଅଞ୍ଚଳର । ଏହି ଅଭିଯୁକ୍ତ ଜଣକ ଡ୍ରଗ୍ସ ଯୋଗାଇଥିଲେ । ଏବଂ ତାଙ୍କ ନିକଟରୁ ୫ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରାଯାଇଛି ।

ତେବେ ରବିବାର ଗୋଆ ଯାଉଥିବା କ୍ରୁଜ ଉପରେ ଚଢାଉ ପରେ ଗୋଟିଏ ପରେ ଗୋଟିଏ ଡ୍ରଗ୍ସ ଲିଙ୍କର ପର୍ଦ୍ଦାଫାସ କରୁଛି ଏନସିବି । ଅନ୍ୟପଟେ ବ୍ୟାନ୍ ହୋଇଥିବା ୪ଟି ବେଆଇନ ଡ୍ରଗ୍ସ କାରବାର ଏବଂ ସେବନ ଅଭିଯୋଗରେ ଗିରଫ ହୋଇଛନ୍ତି ଆର୍ୟ୍ୟନ ଖାନ୍ । ଆର୍ୟ୍ୟନଙ୍କ ଜାମିନ୍ ଆବେଦନ ଖାରଜ ହେବା ସହ ଅକ୍ଟୋବର ୭ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ଏନସିବି । ଏଥିସହ ଆର୍ୟ୍ୟନଙ୍କ ୨ ବନ୍ଧୁ ଅରବାଜ ଏବଂ ମୁନମୁନଙ୍କ ରିମାଣ୍ଡ ଅବଧି ମଧ୍ୟ ବଢିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ