Masthead

‘ବଡ଼ ଖବର’ ପ୍ରଭାବ, ଟାଟା ହାଜର

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ) ‘ବଡ଼ ଖବର’ର ବଡ଼ ପ୍ରଭାବ। ବିଜୁଳି ପାଇଁ ବୈଠକ। ବିଧାନସଭା କମିଟି ଆଗରେ ହାଜର ହେଲେ ଟାଟା ସିଇଓ । ଆଉ ଟାଟା ବିଦ୍ୟୁତ ଶୁଳ୍କକୁ ନେଇ ଜେରା ହେଲେ । ବୈଠକରେ ପ୍ରଶ୍ନ ଉଠିଲା । କାହିଁକି କରୁଛି ଶୋଷଣ? ମିଳିମିଶି ସବୁ ବିଧାୟକ କଲେ ଷଣ୍ଢୁଆସି ଆକ୍ରମଣ । ଖାଲି ବିଧାୟକ ନୁହେଁ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଉଠାଇଲେ ପ୍ରଶ୍ନ । ବିଜୁଳି ଉପଭକ୍ତାଙ୍କ ଉପରେ ଟାଟା କରୁଥିବା ଜୁଲୁମକୁ ନେଇ ତାଗିଦ କଲେ । ଏପରିକି ଟାଟାର ବିଦ୍ୟୁତ ଶୁଳ୍କ ପୋଲିସି ଉପରେ ତାଗିଦ କଲେ । ଆଉ କେମିତି ହେବ ବିଜୁଳି ବିଲ । ତାକୁ ନେଇ ବାଚସ୍ପତି ପରାମର୍ଶ ମଧ୍ୟ ଦେଲେ । ବିଦ୍ୟୁତ ଶୁଳ୍କ ବୃଦ୍ଧି ରାଜ୍ୟବ୍ୟାପି ଟାଟା ବିରୋଧରେ ଅସନ୍ତୋଷ । ବଡ଼ ଏହାକୁ ନେଇ ଆରମ୍ଭରୁ ଖବର ପ୍ରଶାରଣ ପରେ ଚେଇଁଛନ୍ତି ରାଜ୍ୟ ସରକାର । ଆଜି ଏହାକୁ ନେଇ ଶକ୍ତି ବିଭାଗର ବିଧାନସଭା ଷ୍ଟାଣ୍ଡି କମିଟିରେ ନିଷ୍ପତ୍ତି ହୋଇଛି ।

ସେପଟେ ଶକ୍ତି ବିଭାଗ ବିଧାନସଭା ଷ୍ଟାଣ୍ଡି କମିଟିରେ ନୂଆ ନିଷ୍ପତ୍ତି ମଧ୍ୟ ହୋଇଛି । ବିଦ୍ୟୁତ ବିଲ ଆଦାୟରେ ହେଉଥିବା ଟଙ୍କା ହେରଫେର ଉପରେ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ । ଖୁବଶିଘ୍ର ଏସଏଚଜି ଗ୍ରୁପ ଆଦାୟର କରିବେ ବିଦ୍ୟୁତ ଶିଳ୍କ । ଘରକୁ ଘର ବୁଲି ବିଦ୍ୟୁତ ଶିଳ୍କ ଆଦାୟ କରିବେ ଏସଏଚଜି ଗ୍ରୁପ । ଅନ୍ୟପଟେ ଆଗକୁ ପ୍ରିପେଡ ସ୍ମାର୍ଟ ମିଟର ଲାଗିବ । ସିମ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ । ସେତିକି ବିଜୁଳି ବ୍ୟବହାର କରିବ ।

ବିଜୁଳି ଦର ବୃଦ୍ଧିକୁ ନେଇ ରାଜ୍ୟବ୍ୟାପି ଅସନ୍ତୋଷ । ଟାଟା, ଉପଭକ୍ତାଙ୍କ ବିରୋଧରେ ଯେଉଁ ଷୋଷଣ ନୀତି ଆପଣଉଛି । ତାର ଗ୍ରାଉଣ୍ଡ ରିପୋର୍ଟ ଦେଖାଇ ଅସୁଥିଲା । ଯାହାକୁ ନେଇ ରାଜ୍ୟ ସରକାର ଆକସନରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ