Masthead

ଅକ୍ଟୋବର ୮ରେ ଆତ୍ମସମର୍ପଣ କରିବେ ଚିଲିକା ବିଧାୟକ

କଟକ(ବଡ଼ ଖବର ବ୍ୟୁରୋ): ୮ ଅକ୍ଟୋବରରେ ଆତ୍ମସମର୍ପଣ କରିବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆଗୁଆ ଜାମିନ ପାଇଁ ହାଇକୋର୍ଟ ଯାଇଥିଲେ ବିଧାୟକ । କିନ୍ତୁ କୋର୍ଟ କହିଲେ ଏଠୁ ଆଗୁଆ ବେଲ୍ ମିଳିବ ନାହିଁ ବରଂ ୮ ଅକ୍ଟୋବରରେ ବିଧାୟକ ଆତ୍ମସମର୍ପଣ କରିବେ । ତେବେ ଜାମିନ ପାଇଁ ବିଧାୟକ ନିମ୍ନ ଅଦାଲତରେ ଆବେଦନ କରିପାରିବେ । ଏବଂ ସେହିଦିନ ଏହି ପ୍ରସଙ୍ଗରେ ନିମ୍ନ ଅଦାଲତ ତାଙ୍କ ରାୟ ଶୁଣାଇବେ । ତେବେ କୋର୍ଟରେ ବିଧାୟକ ୮ ଅକ୍ଟୋବରରେ ଫାଷ୍ଟ ଆୱାରରେ ଆତ୍ମସମର୍ପଣ କରିବେ । ଏହାସହିତ ପୋଲିସ ଓ ଅଭିଯୋଗକାରୀ ଶୁଣାଣି ସମୟରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବାଲୁଗାଁର ବିଜେପି ନଗର ମଣ୍ଡଳ ସଭାପତିଙ୍କୁ ବିଚ ରାସ୍ତାରେ ମାଡ଼ ମାରି ବିବାଦକୁ ଆସିଥିଲେ ପ୍ରଶାନ୍ତ । ଏନେଇ ବାଲୁଗାଁ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହା ପରଠାରୁ ଫେରାର ଅଚନ୍ତି ପ୍ରଶାନ୍ତ । ପ୍ରଶାନ୍ତଙ୍କ ନାଁରେ ବାରମ୍ବାର ଗୁଣ୍ଡାଗିରିର ଅଭିଯୋଗ ପରେ କାର୍ୟ୍ୟନୁଷ୍ଠାନ ନେଇଥିଲା ବିଜେଡ଼ି । ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ତେବେ ଫେରାର ଥିବା ପ୍ରଶାନ୍ତ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଅବେଦନ କରିଥିଲେ । ଯାହାକୁ କୋର୍ଟ ଖାରଜ କରିଦେବା ସହ ନିମ୍ନକୋର୍ଟରେ ହାଜ ହୋଇ ଜାମିନ ଅବେଦନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ