Masthead

ଅକ୍ଟୋବର ୮ରେ ଆତ୍ମସମର୍ପଣ କରିବେ ଚିଲିକା ବିଧାୟକ

କଟକ(ବଡ଼ ଖବର ବ୍ୟୁରୋ): ୮ ଅକ୍ଟୋବରରେ ଆତ୍ମସମର୍ପଣ କରିବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆଗୁଆ ଜାମିନ ପାଇଁ ହାଇକୋର୍ଟ ଯାଇଥିଲେ ବିଧାୟକ । କିନ୍ତୁ କୋର୍ଟ କହିଲେ ଏଠୁ ଆଗୁଆ ବେଲ୍ ମିଳିବ ନାହିଁ ବରଂ ୮ ଅକ୍ଟୋବରରେ ବିଧାୟକ ଆତ୍ମସମର୍ପଣ କରିବେ । ତେବେ ଜାମିନ ପାଇଁ ବିଧାୟକ ନିମ୍ନ ଅଦାଲତରେ ଆବେଦନ କରିପାରିବେ । ଏବଂ ସେହିଦିନ ଏହି ପ୍ରସଙ୍ଗରେ ନିମ୍ନ ଅଦାଲତ ତାଙ୍କ ରାୟ ଶୁଣାଇବେ । ତେବେ କୋର୍ଟରେ ବିଧାୟକ ୮ ଅକ୍ଟୋବରରେ ଫାଷ୍ଟ ଆୱାରରେ ଆତ୍ମସମର୍ପଣ କରିବେ । ଏହାସହିତ ପୋଲିସ ଓ ଅଭିଯୋଗକାରୀ ଶୁଣାଣି ସମୟରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବାଲୁଗାଁର ବିଜେପି ନଗର ମଣ୍ଡଳ ସଭାପତିଙ୍କୁ ବିଚ ରାସ୍ତାରେ ମାଡ଼ ମାରି ବିବାଦକୁ ଆସିଥିଲେ ପ୍ରଶାନ୍ତ । ଏନେଇ ବାଲୁଗାଁ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହା ପରଠାରୁ ଫେରାର ଅଚନ୍ତି ପ୍ରଶାନ୍ତ । ପ୍ରଶାନ୍ତଙ୍କ ନାଁରେ ବାରମ୍ବାର ଗୁଣ୍ଡାଗିରିର ଅଭିଯୋଗ ପରେ କାର୍ୟ୍ୟନୁଷ୍ଠାନ ନେଇଥିଲା ବିଜେଡ଼ି । ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ତେବେ ଫେରାର ଥିବା ପ୍ରଶାନ୍ତ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଅବେଦନ କରିଥିଲେ । ଯାହାକୁ କୋର୍ଟ ଖାରଜ କରିଦେବା ସହ ନିମ୍ନକୋର୍ଟରେ ହାଜ ହୋଇ ଜାମିନ ଅବେଦନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ