ଜୟରାମ ଗଢିବେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ

କୋରାପୁଟ(ବଡ଼ ଖବର ବ୍ୟୁରୋ ): ରାଜନୀତିରୁ ସନ୍ୟାସ ନେବେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ବିଜେପି ନେତା ଜୟରାମ ପାଙ୍ଗୀ ଦଳ ଛାଡ଼ିବାକୁ ନିସ୍ପତି ନେଇଛନ୍ତି। ଗଢିବେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ। ଦଣ୍ଡକାରଣ୍ୟ ଅଞ୍ଚଳକୁ ନେଇ ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରିବାକୁ ଉଦ୍ୟମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୦ତାରିଖ ପୂର୍ବରୁ ସେ ଇସ୍ତଫା ଦେବେ ବୋଲି କହିଛନ୍ତି। ଦଣ୍ଡକାରଣ୍ୟ ବିକାଶ ପରିଷଦ ଭାବେ ନୂଆ ଅନୁଷ୍ଠାନ ଗଠନ କରାଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲା, ଆନ୍ଧ୍ରର ବିଜୟନଗର ଓ ପାର୍ବତୀପୁରମ ଜିଲ୍ଲାର କିଛି ଅଂଶ ଏବଂ ଛତିଶଗଡ଼ର କିଛି ଅଂଶକୁ ନେଇ ନୂଆ କେନ୍ଦ୍ର ଶାସିତ ଅଞ୍ଚଳର ପରିକଳ୍ପନା କରିଛନ୍ତି ଜୟରାମ।

 ସବୁକ୍ଷ‌େତ୍ରରେ ଅବିଭକ୍ତ କୋରାପୁଟ ଜିଲ୍ଲା ସହ ଛତିଶଗଡ଼ ଓ ଆନ୍ଧ୍ରର କିଛି ଅଞ୍ଚଳ ପଛୁଆ ହୋଇରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଯେଉଁଭଳି ଭାବେ ଏହି ଅଞ୍ଚଳକୁ ବିକାଶ କରିବା କଥା କରୁନାହାନ୍ତି। ତେଣୁ ଦଣ୍ଡକାରଣ୍ୟ ରାଜ୍ୟ ପ୍ରତିଷ୍ଠା ଦାବିକୁ ପୁଣିଥରେ ଶାଣିତ କରିବେ ଜୟରାମ। ଯଦି ପୂର୍ଣ୍ଣ ରାଜ୍ୟ ମାନ୍ୟତା ନମିଳେ, ତେବେ କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ଦାବି କରାବେ ବୋଲି କହିଛନ୍ତି ଜୟରାମ।ଜୟରାମଙ୍କ ନୂଆ କେନ୍ଦ୍ର ଶାସିତ ଅଞ୍ଚଳର ପରିକଳ୍ପନା ପାଇଁ ଗଢା ହେବ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ।  ଏ ଅଭିଯାନରେ ସ୍ବଇଚ୍ଛାରେ ସମସ୍ତଙ୍‌କୁ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ଜୟରାମ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ