କୋଟିଆର ଭିତ୍ତିଭୂମି ବିକାଶରେ ଓଡ଼ିଶା ସରକାର ଅବହେଳା କରିଛନ୍ତି

ପଟ୍ଟାଙ୍ଗି(ବଡ଼ ଖବର ବ୍ୟୁରୋ): କୋଟିଆର ଭିତ୍ତିଭୂମି ବିକାଶରେ ଓଡ଼ିଶା ସରକାର ଅବହେଳା କରିଛନ୍ତି। ଲୋକଙ୍କୁ ଆପଣେଇବା ସହ ଭାଗବତ ସମ୍ପର୍କ ସ୍ଥାପନ କରିବାରେ ମଧ୍ୟ ବିଫଳ ହୋଇଛନ୍ତି। ଯାହାର ଫାଇଦା ଉଠାଉଛି ପଡୋଶୀ ଆନ୍ଧ୍ର। ଆନ୍ଧ୍ର ସରକାର ଲୋକଙ୍କ ସହ ସମ୍ପର୍କ ରଖି ବ୍ୟକ୍ତିଗତ ସ୍ତରରେ ସରକାରୀ ସହାୟତା ଓ ସହଯୋଗ କରୁଥିବାରୁ ଲୋକେ ଏବେ ଆନ୍ଧ୍ର ମୁହାଁ। ରାଜ୍ୟ ସରକାର ଏନେଇ ତ୍ଵରିତ ପଦକ୍ଷେପ ନେବାକୁ ଓଡ଼ିଶା ନାଗରିକ ମହାମଞ୍ଚ ଦାବି କରିଛି। ଏହାସହ ସୀମାନ୍ତ ଅଞ୍ଚଳ ବାସୀଙ୍କ ପାଇଁ ସ୍ଵତନ୍ତ୍ର ଯୋଜନା କରିବାକୁ ଦାବି କରିଛନ୍ତି। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ କୋଟିଆର ୨୨ଟି ଗାଁରେ ପହଞ୍ଚି ସୀମା ଅନୁଧ୍ୟାନ କରିଛନ୍ତି ଓଡ଼ିଶା ନାଗରିକ ମହାମଞ୍ଚର କର୍ମକର୍ତ୍ତା। ଏହାସହ ଜିଲ୍ଲାର କୁରୁଡିପଦର, ଗଞ୍ଜେଇପଦର, କୋଟିଆ, ସେମି, ଧୂଳିପଦର ଓ ନେରେଡି ବାଲସାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସୁଖ ଦୁଃଖ ବୁଝିଛନ୍ତି। ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ସତପଥୀଙ୍କ ନେତୃତ୍ଵରେ ସୀମାନ୍ତ ବୁଲି ଦେଖିବା ସହ ନାମ ଫଳକ ପୋତିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’