Masthead

ଓଡ଼ିଶାମୁହାଁ ଲଘୁଚାପ!

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସୁଛି ଆଉ ଦୁଇଟି ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଉଛି । ଆସନ୍ତା ୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବ କିଭଳି ରହିବ ଏବଂ କେଉଁ ଆଡ଼େ ଗତି କରିବ, ସେନେଇ ସ୍ପଷ୍ଟ ହୋଇନାହିଁ । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳ ଭାଗକୁ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି ଯେ ଆସନ୍ତା ୧୦ ତାରିଖ ପାଖାପାଖି ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଲଘୁଚାପ ସୃଷ୍ଟି ହେବାର ପରବର୍ତ୍ତୀ ୪ରୁ ୫ ଦିନ ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୧୪-୧୫ ବେଳକୁ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳମୁହାଁ ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ସେଭଳି ବଡ଼ ବର୍ଷା ନାହିଁ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ