Masthead

ଓଡ଼ିଶାମୁହାଁ ଲଘୁଚାପ!

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସୁଛି ଆଉ ଦୁଇଟି ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଉଛି । ଆସନ୍ତା ୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବ କିଭଳି ରହିବ ଏବଂ କେଉଁ ଆଡ଼େ ଗତି କରିବ, ସେନେଇ ସ୍ପଷ୍ଟ ହୋଇନାହିଁ । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳ ଭାଗକୁ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି ଯେ ଆସନ୍ତା ୧୦ ତାରିଖ ପାଖାପାଖି ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଲଘୁଚାପ ସୃଷ୍ଟି ହେବାର ପରବର୍ତ୍ତୀ ୪ରୁ ୫ ଦିନ ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୧୪-୧୫ ବେଳକୁ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳମୁହାଁ ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ସେଭଳି ବଡ଼ ବର୍ଷା ନାହିଁ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍