Masthead

୧୫ ଲକ୍ଷ ପିଲା ଅନଲାଇନ କ୍ଲାସରୁ ବଞ୍ଚିତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା କାରଣରୁ ଅନଲାଇନ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି । ଦେଢବର୍ଷରୁ ଅଧିକ ସମୟ ହେଲାଣି ଅଫଲାଇନ କ୍ଲାସ ହୋଇପାରୁନି । କିନ୍ତୁ ଅନଲାଇନ କ୍ଲାସ କେତେଦୂର ଫଳପ୍ରଦ ହେଉଛି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ଅନଲାଇନ କ୍ଲାସ ପାଇଁ ମୋବାଇଲ ଫୋନ ଆବଶ୍ୟକ ହେଉଥିବା ବେଳେ ଏପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ଫୋନ ନାହିଁ । ଆଉ ଯେଉଁମାନଙ୍କ ପାଖରେ ମୋବାଇଲ ଅଛି ସେ ସ୍ଥାନରେ ନେଟୱାର୍କ ନାହିଁ ।

ଅନେକ ଅଞ୍ଚଳରେ ନେଟୱାର୍କର ଘୋର ଅଭାବ ଦେଖିବାକୁ ମିଳିଥାଏ । ସେହି କାରଣରୁ କିଏ ରାସ୍ତାରେ ବସି ଅନଲାଇନ କ୍ଲାସ କରୁଛନ୍ତ ତ ଆଉ କିଏ ପାହାଡ ଉପରେ ବସି । ଯାହା ବର୍ତ୍ତମାନ ବିପଦଜ୍ଜନକ ହେଉଛି । ଅନଲାଇନ କ୍ଲାସର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି । ଓଡ଼ିଶାର ୧୫ ଲକ୍ଷ ପିଲାଙ୍କ ପାଖରେ ମୋବାଇଲ ଫୋନ ନାହିଁ । ତେବେ ମିଳିଥିବା ସୂଚନା ଅନୁସାରେ ଅନଲାଇନ ପାଠପଢାକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ରିପୋର୍ଟ ମାଗିଥିଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ରାଜ୍ୟ ଦେଇଥିବା ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୧୫ ଲକ୍ଷ ୮ହଜାର ୯୩୭ ପିଲାଙ୍କ ପାଖରେ ମୋବାଇଲ ନାହିଁ । ଖାଲି ଓଡ଼ିଶା ନୁହଁ ଦେଶରେ ପ୍ରାୟ ୨.୯୬ କୋଟି ପିଲା ଡିଜିଟାଲ ଡିଭାଇସରୁ ବଞ୍ଚିତ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ