Masthead

ରାଜ୍ୟରେ ଖାଲି ପଡ଼ିଛି ଡାକ୍ତର ପଦବୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ୧ ହଜାର ୯୮୫ ମେଡକାଲ ଅଫିସର ପଦବୀ ଫାଙ୍କା ପଡ଼ିଛି । ଏସିଏସଟି କାଟାଗୋରି ପାଇଁ ୧୫୮୬ ପଦବି ସଂରକ୍ଷିତ ଥିବାବେଳେ ଡାକ୍ତରଙ୍କ ଅଭାବ ପାଇଁ ଏହି ପଦବୀ ପୂରଣ ହୋଇପାରୁନାହିଁ । ମେଡିକାଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦନ ପାଇଁ ଅଧାରୁ ଅଧିକ ଅଧ୍ୟାପକ ଖାଲି ପଡ଼ିଛି । ପ୍ରଫେସର ଏବଂ ଆସିଷ୍ଟାଣ୍ଡ ପ୍ରଫେସର ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀ ମିଳୁନାହାନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ପଦପଦବି ଖାଲି ପଡ଼ିଥିବାବେଳେ ଏହାକୁ ପୂରଣ କରିବାରେ କି ସମସ୍ୟା ରହିଛି ସେ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଏହା ଉଲ୍ଲେଖ କରାଯାଇଛି ।

ରାଜ୍ୟରେ ପ୍ରକୃତରେ କେତେ ମେଡିକାଲ ଅଫିସର ପଦବୀ ଫାଙ୍କା ରହିଛି ଏବଂ ଏହି ପଦବୀ କେବେ ସୁଦ୍ଧା ପୂରଣ ହେବ ସେ ନେଇ ଅଦାଲତଙ୍କୁ ଜଣାଇବାକୁ ହାଇକୋର୍ଟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ କ୍ରମେ ଅତିରିକ୍ତ ସ୍ୱସ୍ଥ୍ୟ ଦାୟିତ୍ୱରେ ଥିବା ରାଜା କୁମାର ଶର୍ମା ଏହି ସତ୍ୟପାଠ ଦାଖଲ କରିଛନ୍ତି । ଏହି ସତ୍ୟପାଠ ଦାଖଲ ପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୂରଲୀଧର ଏବଂ ବିଚାରପତି ଜଷ୍ଟିସ ବି ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ଏହା ଉପରେ ପ୍ରତି ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତିି ।

ଗ୍ରୁପ ଏ ରେ ୬୭୫ଟି ନିୟମିତ ପଦବୀ ଫାଙ୍କା ରହିଛି । ଫାଙ୍କା ଥିବା ୧୯୮୫ ମେଡିକାଲ ଅଫିସର ପଦବୀରୁ ୧୫୮୬ଟି ପଦବି ଏସସି, ଏସଟି କାଟେଗେରିଙ୍କ ପାଇଁ ଉଦ୍ଧିଷ୍ଟ । ଓପିଏସସି ପକ୍ଷରୁ ୧୩୨ ଜଣଙ୍କୁ ଚୟନ କରାଯିବା ପରେ ସେମାନଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଡକାଯାଇଛି । ଓଏସପିସି ପକ୍ଷରୁ ଚୟନ ତାଲିକା ମିଳିବା ପରେ ସେମାନଙ୍କୁ ନିଯୁକ୍ତି ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା