Masthead

ନୂଆ ରୂପରେ ପୁରୀ ସ୍ବର୍ଗଦ୍ବାର

ପୁରୀ (ବଡ଼ ଖବର ବ୍ୟୁରୋ): ସ୍ୱର୍ଗଦ୍ୱାରରେ ଡ୍ରାଏରନ । ବଦଳିଲା ପୁରୀ ସ୍ୱର୍ଗଦ୍ୱାରର ଚିତ୍ର । ସୁବ୍ୟବସ୍ଥିତ ଢଙ୍ଗରେ ପୁରୁଣା ସ୍ୱର୍ଗଦ୍ୱାର ପାଇଛି ନୂଆରୂପ । ପୁରୀ ସ୍ୱର୍ଗଦ୍ୱାରରେ ଆରମ୍ଭ ହେଲା ଶବ ଦାହର ଡ୍ରାଏରନ । ଜିଲ୍ଲପାଳ ସମର୍ଥ ବର୍ମା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହେଲା ଡ୍ରାଏରନ । ସ୍ୱର୍ଗଦ୍ୱାର ଉନ୍ନତିକରଣ ପରେ ନିର୍ମାଣ ହୋଇଥିବା ଶବଦାହ ସ୍ଥାନରେ କିଭଳି ଶବ ସଂସ୍କାର ସହଜରେ ହୋଇପାରୁଛି, ନା ଆଉ କ’ଣ ଅସୁବିଧା ହେଉଛି, ସେନେଇ ଏହି ଡ୍ରାଏରନ କରାଯାଉଛି ।

ଖାଲିକାଠକୁ ଜଳାଯାଇ ଏହି ଡ୍ରାଏରନ କରାଯାଇଥିଲା। ଶବଦାହ ସ୍ଥାନରେ ଏକକାଳୀନ ଏକାଧିକ ଶବଦାହ କିଭଳି ସମ୍ଭବ ହୋଇପାରିବ ଦେଖାଯାଇଥିଲା। ସ୍ୱର୍ଗଦ୍ୱାର ଉନ୍ନତିମୂଳକ କାର୍ୟ୍ୟ ଓ ପୁର୍ନରୁଦ୍ଧାର ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ୫ କୋଟି ଟଙ୍କା । ଏଥିରେ ଶବଦାହ ପିଣ୍ଡି ସାଙ୍ଗକୁ,ଅସ୍ଥି ରଖିବା ପାଇଁ ଲକର,ପାନୀୟ ଜଳ ବ୍ୟବସ୍ଥା, ସିସିଟିଭିର ବ୍ୟବସ୍ଥା,ଅପେକ୍ଷା ଗୃହ, ଟଏଲେଟ, ପୂଜା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସାଙ୍ଗକୁ ଅନେକ କିଛି ଉନ୍ନୟନମୂଳକ କାର୍ୟ୍ୟ କରାଯାଇଛି। ତେଲେଙ୍ଗାନାର ମହାପ୍ରସ୍ଥାନମ ଢାଞ୍ଚାରେ ପୁରୀ ସ୍ୱର୍ଗଦ୍ୱାରର ବିକାଶ କରାଯାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ