ପୁଣି ଦୋଷୀ ସାବ୍ୟସ୍ତ ହେଲେ ବାବା ରାମ ରହିମ

ହରିୟାଣା(ବଡ଼ ଖବର ବ୍ୟୁରୋ): ରଞ୍ଜିତ ହତ୍ୟା ମାମଲାରେ ସିବିଆଇ କୋର୍ଟ ରାମ ରହିମ ସହିତ ୫ ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ହରିୟାଣାର ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ। ତେବେ ସିବିଆଇର ସ୍ପେଶାଲ କୋର୍ଟ ୧୨ ଅକ୍ଟୋବରରେ ସମସ୍ତ ଦୋଷୀଙ୍କୁ ସଜା ଶୁଣାଇବେ। ବାବା ରାମ ରହିମ ସାଧବୀଙ୍କୁ ଯୌନ ଶୋଷଣ କରିବା ମାମଲାରେ ପ୍ରଥମେ ୨୦ ବର୍ଷର ସଜା କାଟୁଛନ୍ତି। ଏହା ବ୍ୟତୀତ ସେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟାକାଣ୍ଡରେ ଆଜୀବନ ସଜା କାଟୁଛନ୍ତି ।

ସୂଚନା ଅନୁସାରେ,ଏହି ମାମଲାରେ ରାମ ରହିମ, କୃଷ୍ଣ ଲାଲ, ସବଦିଲ, ଅବତାର ଓ ଜସବୀରକୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଇନ୍ଦର ସେନ୍‌ର ମୃତ୍ୟୁ ହୋଇ ସାରିଛି। ରଞ୍ଜିତ ହତ୍ୟା ମାମଲାରେ ଶୁକ୍ରବାର ଅଭିଯୁକ୍ତ ଡେରା ମୁଖ୍ୟ ଗୁରମିତ ରାମ ରହିମ ଓ କୃଷ୍ଣ କୁମାର ଭିଡିଓ କନଫରେନ୍ସି ଜରିଆରେ ହାଜର ହୋଇଥିଲେ। ସେଭଳି ଅଭିଯୁକ୍ତ ଅବତାର,ଜସବୀର ଓ ସବାଦିଲ୍‌ ପ୍ରତ୍ୟକ୍ଷ ରୂପରେ କୋର୍ଟରେ ହାଜର ହୋଇଛନ୍ତି। ସିବିଆଇ କୋର୍ଟ ଏହି ମାମଲାରେ ପୂର୍ବରୁ ୨୬ ଅଗଷ୍ଟରେ ନିଷ୍ପତ୍ତି ଶୁଣାଇଥିଲେ। ୧୯ ବର୍ଷ ପୁରୁଣା ଏହି ମାମଲାରେ ଗତ ୧୨ ଅଗଷ୍ଟରେ ଅନ୍ତିମ ଥର ଶୁଣାଣି ହୋଇଥିଲା। ସିବିଆଇ ଜଜ୍ ଡକ୍ଟର ସୁଶୀଲ କୁମାର ଗର୍ଗଙ୍କ କୋର୍ଟରେ ପ୍ରାୟ ଅଢେଇ ଘଣ୍ଟା ଯୁକ୍ତିତର୍କ ପରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ