Masthead

ଟିଏମସି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡ଼ିଲେ ବାବୁଲ ସୁପ୍ରିୟୋ

କୋଲକାତା(ବଡ଼ ଖବର ବ୍ୟୁରୋ): ଟିଏମସିର ଷ୍ଟାର ତାଲିକାରୁ ବାଦ ପଡ଼ିଲେ ବାବୁଲ ସୁପ୍ରିୟୋ । ୩୦ ଅକ୍ଟୋବରରେ ପଶ୍ଚିମବଙ୍ଗରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ବିଭିନ୍ନ ଦଳ ପ୍ରସ୍ତୁତ କରୁଛନ୍ତି ସେମାନଙ୍କ ରଣନୀତି । ଏଥିପାଇଁ ଦଳର ପ୍ରଚାରକ, ଷ୍ଟାର ପ୍ରଚାରକଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ଭଣଜା ସାଂସଦ ଅଭିଜିତ ବାନାର୍ଜୀଙ୍କୁ ଷ୍ଟାର ପ୍ରଚାରକ ଭାବେ ସାମିଲ କରାଯାଇଛି ।

ତେବେ ଅଭିନେତାରୁ ସାଂସଦ ହୋଇଥିବା ଟିଏମସି ନେତା ବାବୁଲ ସୁପ୍ରିୟୋଙ୍କୁ ଏହି ତାଲିକାରୁ ବାଦ ଦେଇଛି ଦଳ । ବାବୁଲ କିଛିଦିନ ତଳେ ବିଜେପି ଛାଡ଼ି ଟିଏମସିରେ ମିଶିଥିଲେ । ବିଭିନ୍ନ କଳାକାର ମାନଙ୍କୁ ଟିଏମସି ତରଫରୁ ଷ୍ଟାରପ୍ରଚାରକ ଭାବେ ସାମିଲ କରାଯାଇଥିଲେ ମଧ୍ୟ ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି ବାବୁଲ । ବିଜେପିରେ ଥିବା ସମୟରେ ତାଙ୍କ ନାଁ ଷ୍ଟାର ପ୍ରଚାରକ ଭାବେ ରହିଥିବା ବେଳେ ଏବେ ଟିଏମସିରେ ତାଙ୍କ ନାଁ ଷ୍ଟାରପ୍ରଚାରକ ତାଲିକାରୁ ବାଦ ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ