Masthead

ସ୍ୱାସ୍ଥ୍ୟକର୍ମୀଙ୍କୁ ଧୋକା!

ଛତ୍ରପୁର (ବଡଖବର ବ୍ୟୁରୋ): କରୋନା ଭଳି ଭୟଙ୍କର ମହାମାରୀ ସମୟରେ ନିଜ ଜୀବନକୁ ପାଣି ଛଡାଇ କାମ କରିଥିଲେ । କିନ୍ତୁ ଏବେ ବିନା ନୋଟିସ୍ରେ ବାହାର କରିଦେଲେ । ଗଞ୍ଜାମ ଜିଲ୍ଲାରେ କରୋନା ସମୟରେ କାମ କରୁଥିବା ଏଏନଏମ,ଜିଏନଏମ ଏବଂ ଫାର୍ମାସିଷ୍ଠଙ୍କୁ ବିନା ନୋଟିଟରେ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ଦେଖିବାକୁ ମିଳିଛି । ଗତକାଲି ରାତିରୁ ଏହି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ସ୍ୱାସ୍ଥ୍ୟକର୍ମୀ । ସେମାନଙ୍କ ପ୍ରତି ଅବିଚାର ହୋଇଥିବା ଅଭିଯୋଗ କରିଛନ୍ତି ସ୍ୱାସ୍ଥ୍ୟକର୍ମୀ । ତିନିମାସ କାର୍ଯ୍ୟ କରିବା ଲାଗି ଚୁକ୍ତି ହୋଇଥିଲା । ତେବେ ତିନି ମାସ ନପୁରୁଣୁ ଏମାନଙ୍କ ବହିଷ୍କାର କରିବାଥିବାରୁ ସ୍ୱାସ୍ଥ୍ୟକର୍ମୀମାନେ ଧାରଣାରେ ବସିଛନ୍ତି ।

ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ହୁ ହୁ ହୋଇ ବଢ଼ିଥିଲା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା । ତେବେ ସ୍ୱାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲାଗାଇ କରୋନା ସହ ଲଢ଼େଇ କରିଥିଲେ । ଲୋକଙ୍କୁ ସଚେତନ କରିବା ସହ ଏମାନେ ଗାଁ ଗାଁ ବୁଲି ଟେଷ୍ଟ କରିବାରେ ମଧ୍ୟ ସାହାର୍ଯ୍ୟ କରିଥିଲେ । କିନ୍ତୁ ଏବେ କରୋନା ଟିକେ ନିୟନ୍ତ୍ରଣକୁ ଆସିବା ପରେ କାର୍ଯ୍ୟରୁ ବାହାର କରିବାକୁ ନେଇ ସ୍ୱାସ୍ଥ୍ୟକର୍ମୀମାନେ ପ୍ରତିବାଦ କରିଛନ୍ତି । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ସୁଦ୍ଧା ଏଯାବତ ଜିଲ୍ଲାପାଳ କୌଣସି ପଦକ୍ଷେପ ନେଇନାହାଁନ୍ତି । ଜିଲ୍ଲାପାଳଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ୱାସ୍ଥ୍ୟକର୍ମୀ । ତେବେ ଜିଲ୍ଲାପାଳ ଉଚିତ ପଦକ୍ଷେପ ନନେବା ପର୍ଯ୍ୟନ୍ତ ଏଭଳି ଧାରଣା ଜାରି ରହିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ