Masthead

ଭାରତ ବାୟୋଟେକ ପ୍ରସ୍ତୁତ କରିବ ମ୍ୟାଲେରିଆ ଟିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ବର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁମୋଦନ ମିଳିଥିବା ବେଳେ ଏହାର ଉତ୍ପାଦନ କରିବାକୁ ଭାରତ ବାୟୋଟେକକୁ ମିଳିତି ଅନୁମତି । ହାଇଦ୍ରାବାଦର ଭାରତ ବାୟୋଟେକ ଏବେ ମ୍ୟାଲେରିଆ ଟିକା ପ୍ରସ୍ତୁତ କରିବାକୁ ଯାଉଛି । ଅଗ୍ରଣୀ ଫାର୍ମା କମ୍ପାନୀ ଗ୍ଲାକ୍ସୋ ସ୍ମିଥକ୍ଲାଇନ୍ (ଜିଏସକେ) ସହିତ ମିଳିତ ଭାବରେ ଏହି ଟିକା ପ୍ରସ୍ତୁତ କରାଯିବ ବୋଲି ଭାରତ ବାୟୋଟେକ ଆନ୍ତର୍ଜାତୀୟ ବ୍ୟବସାୟ ବିକାଶ ମୁଖ୍ୟ ଡକ୍ଟର ରେଚାସ ଇଲା ଟ୍ବିଟରରେ ପ୍ରକାଶ କରିଛନ୍ତି

। ପିଲାମାନଙ୍କ ପାଇଁ ଉଦ୍ଦିଷ୍ଠ ଏହି ମ୍ୟାଲେରିଆ ଟିକା ହେଉଛି ମଶା କାମୁଡିବା ଦ୍ବାରା ବ୍ୟାପୁଥିବା ସଂକ୍ରମଣ ବିରୋଧରେ ବିଶ୍ବର ପ୍ରଥମ ଟିକା ।ସାରା ବିଶ୍ବରେ ମଶା ଜନିତ ସଂକ୍ରମଣ ଯୋଗୁଁ ପ୍ରତିବର୍ଷ ୪ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ବିଶେଷ ଭାବରେ ଆଫ୍ରିକାର ପିଲାମାନେ ଏହି ରୋଗରେ ପ୍ରାଣ ହରାଉଛନ୍ତି । ତେଣୁ ଆରଟିଏସ-ଏସ ମ୍ୟାଲେରିଆ ଟିକା ଏହା ବିରୋଧରେ ପ୍ରମୁଖ ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ଜିଏସକେ, ଭାରତ ବାୟୋଟେକ ସହିତ ଏକ ଟିକା ଉତ୍ପାଦନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି, ଯାହାକି ୨୦୨୮ ପର୍ୟ୍ୟନ୍ତ ପ୍ରତିବର୍ଷ ୧.୫ କୋଟି ଟିକା ପ୍ରଦାନ କରିବ । ଏହି ପ୍ରଯୁକ୍ତିବିଦ୍ୟା ଭାରତ ବାୟୋଟେକକୁ ସ୍ଥାନାନ୍ତରିତ ହେବ।

ଚଳିତ ବର୍ଷ ଜାନୁଆରୀରେ ଜିଏସକେ, ଭାରତ ବାୟୋଟେକ ଏବଂ ପାଥ (ସ୍ବାସ୍ଥ୍ୟସେବାରେ ନିୟୋଜିତ ଏକ ବିଶ୍ବସ୍ତରୀୟ ଚାରିଟି ସଂସ୍ଥା) ମ୍ୟାଲେରିଆ ଟିକା ଉତ୍ପାଦନ ପାଇଁ ଏକ ଚୁକ୍ତି କରିଥିଲେ। ଡବ୍ଲ୍ୟୁଏଚଓର ଅନୁମୋଦନ ପାଇବା ପରେ ଚୁକ୍ତି ହୋଇଥିଲା ଯେ, ଭାରତ ବାୟୋଟେକ୍ ଜିଏସକେରୁ ବୈଷୟିକ ସହାୟତା ନେଇ ମ୍ୟାଲେରିଆ ଟିକା ପ୍ରସ୍ତୁତ କରିବ । ତେବେ ଘାନା, କେନିଆ ଏବଂ ମାଲାୱି ଭଳି ଆଫ୍ରିକୀୟ ଦେଶରେ ମ୍ୟାଲେରିଆ ଟିକା ଉପରେ ଏକ ପାଇଲଟ୍ ପ୍ରକଳ୍ପ କରାଯାଉଛି ।

ପାଖାପାଖି ୮ ଲକ୍ଷ ପିଲାଙ୍କୁ ଅତିକମରେ ଗୋଟିଏ ଲେଖାଁଏ ଡୋଜ ଦିଆଯାଇଥିଲା ଏବଂ ଏହାର ଫଳାଫଳ ବିଶ୍ଳେଷଣ କରାଯାଇଥିଲା ଜ୍ଝ ଏହି ପ୍ରକଳ୍ପର ଫଳାଫଳକୁ ଆଧାର କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ନିକଟରେ ଏହାର ବ୍ୟାପକ ବ୍ୟବହାରକୁ ଅନୁମୋଦନ କରିଛି। ଏହି ପରିପ୍ରେକ୍ଷୀରେ ଭାରତ ବାୟୋଟେକ ଟିକା ଉତ୍ପାଦନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼